ଗଜପତିରେ କୃଷିଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ୱାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୋଡାଲ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଯୋଗଦେଇ କୃଷିଭିତ୍ତିକ ତଥା ଅଣକୃଷି କ୍ଷେତ୍ରରେ ଚାଲୁ ରହିଥିବା ବିଭିନ୍ନ ଯୋଜନା, ରବି ଫସଲ, ବଳରାମ ଯୋଜନା ଆଦି ଉପରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା କୃଷି ବିଭାଗର ମୁଖ୍ୟ କୌଳାସ ଚନ୍ଦ୍ର ସାମନ୍ତ ରାୟ, ଜଳବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଏସ୍‌. କେ. ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ଉଦ୍ୟାନବିତ୍ତ, ଜିଲ୍ଲାର ସମସ୍ତ ସହକାରୀ କୃଷି ଅଧିକାରୀ ଉପସ୍ଥିତ ରହିଥିଲେ । ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ମିଶ୍ର କୃଷିଭିତ୍ତିକ ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ବିଶେଷ କରି ରବି ଋତୁରେ କିପରି ଅଧିକ ଅମଳ ହୋଇପାରିବ, ଏବାବଦରେ ଲକ୍ଷ୍ୟ ଧାର୍ଯ୍ୟକୁ ପୁରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ