ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଆଜି ଏନେଇ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗ ଦେଇ ୧୯୯୯ରେ ହୋଇଥିବା ମହାବାତ୍ୟାକୁ ମନେ ପକାଇବା ସହିତ ସେହି ସମୟରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜର ଅନୁଭୁତିକୁ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ରୁପେ ଯୋଗଦେଇ ୧୯୯୯ ମହାବାତ୍ୟାରେ ନିଜର ଅନୁଭୁତିକୁ ମନେପକାଇବା ସହିତ ଆଜିର ଦିନରେ ବିପର୍ଯ୍ୟୟ ପୂର୍ବରୁ ସରକାରଙ୍କର ଏବଂ ଜନସାଧାରଣଙ୍କର ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତିକୁ ନେଇ ପ୍ରଶଂସା କରିଥିଲେ । ମହାବାତ୍ୟାଠାରୁ ଆଜି ପର୍ଯ୍ୟନ୍ତ ସମ୍ମୁଖୀନ ହୋଇଥିବା ସମସ୍ତ ବିପର୍ଯ୍ୟୟରେ ଓଡିଶାର ଜନସାଧାରଣଙ୍କ ମଧ୍ୟରେ କିପରି ସଚେତନତା ବଢିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ମୁକାବିଲା ଏବଂ ଥଇଥାନ କାର୍ଯ୍ୟକ୍ରମର ଅଗ୍ରଗତିକୁ ସମସ୍ତେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହ ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଶେଷରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦିଲିପ କୁମାର ମହାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମୀନତି ଦେଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପୂର୍ତ୍ତବିଭାଗର ନିର୍ବାହି ଯନ୍ତ୍ରୀ ଅଶୋକ କୁମାର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରବାକର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ ଶୀସା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ ।


