ଗଜପତିରେ ଜଳ ନମୁନା ପରୀକ୍ଷଣ ଏବଂ ପରିମଳ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଚାଲିଥିବା ଜଳ ନମୁମା ପରୀକ୍ଷଣ ଏବଂ ପରିମଳ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏବଂ ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ପ୍ରଶିକ୍ଷଣ କରାଯାଇଥିଲା । ବ୍ଲକର ୨୧ଗୋଟି ପଞ୍ଚାୟତର ସେଲ୍ଫ ଇକୋନୋମିକ୍ ମେକାନିକ (ଏସ୍.ଇ.ଏମ.) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟା ମାନେ ଏହି ଶିବରରେ ଯୋଗଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ଏବଂ ଆର୍.ଡବ୍ଲ୍ୟୁ.ଏସ୍.ଏସ୍.ର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜଳର ନମୁନା ପରୀକ୍ଷଣ ଏବଂ ପରିମଳ ସର୍ବେକ୍ଷଣ । ଏଥିରେ ପଞ୍ଚାୟତର ୪ଜଣଙ୍କୁ ଗୋଟିଏ ଦଳ କରାଯାଇ ଏହି ପ୍ରଶିକ୍ଷଣ ନେଇଥିଲେ । ଏହି ପ୍ରଶିକ୍ଷଣ ବର୍ଷକୁ ଥରେ କିମ୍ବା ଦୁଇଥର ଦିଆଯାଇଥାଏ । ପ୍ରତି ବର୍ଷ ନଳକୁପ ଗୁଡିକୁ ବ୍ଲିଚିଂ ଦ୍ୱାରା ବିଶୋଧନ କରାଯାଇଥାଏ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରତି ପଞ୍ଚାୟତକୁ ଗୋଟିଏ ଲେଖାଁଏ କିଟ୍ ପ୍ରଦାନ କରାଯାଇଥିଲା । ଏହି କିଟ୍ ଦ୍ୱାରା ୧୨ ପ୍ରକାର ପାଣିର ପରୀକ୍ଷା କରିବାର ବ୍ୟବସ୍ଥା ରହିଥିବାର ଜଣାପଡିଛି । ତେବେ ପ୍ରଶିକ୍ଷଣ ବେଳେ କେଉଁ ପ୍ରକାର ଜଳର ସାମ୍ପୁଲ ଟେଷ୍ଟ ଏବଂ ଦ୍ରେକୋଲେଜ୍ ଟେଷ୍ଟ କରାଯିବ ତାର ଏକ ଡେମୋ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଆର୍.ଡବ୍ଲ୍ୟୁ.ଏସ୍.ଏସ୍.ର ଯନ୍ତ୍ରୀ ଅରୁଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


