ଗଜପତି ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦୁର୍ନୀତି ନିବାରଣ ଶପଥପାଠ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୈରା ଜଜ୍ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ଜଜ୍ଙ୍କ କୋର୍ଟ ପରିସରରେ ଆୟୋଜିତ ଏହି ଶପଥପାଠ ଅବସରରେ ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ, ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ଦିପା ଦାଶ, କୋର୍ଟ ରେଜିଷ୍ଟାର ଶୁଭଶ୍ରୀ ପ୍ରଧାନ, ଜେ.ଏମ୍.ଏଫ୍.ସି. ଅଙ୍କିତା ଗୁରୁଙ୍କ ସମେତ ପ୍ରାଧିକରଣର ସମସ୍ତ କର୍ମଚାରୀ ଓ ଜିଲ୍ଲା କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ । ଦୁର୍ନିତି ନିବାରଣ ଦିଗରେ ସରକାରଙ୍କ ତରଫରୁ ନିଆଯାଇଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱାରୋପ ଦେବା ଏବଂ ଏ ଦିଗରେ ସମସ୍ତ ନାଗରିକ ସଚେତନ ହେବା ଜରୁରୀ ବୋଲି କୁହାଯାଇଥିଲା । ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷ ସତର୍କ ଭାରତ ଓ ସମୃଦ୍ଧ ଭାରତର ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।


