ଗଜପତିରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଶ୍ରାଦ୍ଧ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଛି । ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକ ଠାରେଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ଏବଂ ବିରଷ୍ଠ ବିଜେଡି ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ବିଜୁବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା । ବିଜୁବାବୁଙ୍କ ଆଦର୍ଶରେ ସମସ୍ତକର୍ମୀ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବା ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା । କରୋନା ଯୋଗୁଁ ସାମାଜିକ ଦୂରତା ପାଳନ କରାଯାଇ ବହୁ କମ ସଂଖ୍ୟକ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍‌.ଲିଙ୍ଗରାଜୁ, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସତ୍ୟନାରାୟଣ ରାଜଗୁରୁ, ରାଜେନ୍ଦ୍ର ବେହେରା, ସଂଜୁକ୍ତା ବେହେରା, ତନୁଜା ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ