“ଗ୍ଲୋବାଲ ଇଣ୍ଡିଆନ ଫେଇଥ ଟ୍ୟାବର୍ନେକ୍” ତରଫରୁ ରାସନ ସାମଗ୍ରୀ, ମାସ୍କ ଓ ସାନିଟାଇଜର ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବର୍ତ୍ତମାନ କୋଭିଡ୍-୧୯ର ଦ୍ୱିତୀୟ ଲହରୀ ଗଜପତି ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି । ପୂର୍ବ ବର୍ଷ ତଥା କରୋନାର ପ୍ରଥମ ଲହରୀ ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ କଟକଣା ଲାଗୁ ପରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହାପରେ ପୁଣି ବର୍ତ୍ତମାନ କରୋନାର ପ୍ରକୋପ ବୃଦ୍ଧି ପାଇଛି । ଫଳରେ ବିଭିନ୍ନ କଟକଣା ଯୋଗୁଁ ଗରୀବ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରୁଛନ୍ତି । ଏପରି ପରିସ୍ଥିତିକୁ ଦେଖି ଗରୀବ ବିଧବା ଏବଂ ଅସହାୟ ପରିବାରଙ୍କୁ “ଗ୍ଲୋବାଲ ଇଣ୍ଡିଆନ ଫେଇଥ ଟ୍ୟାବର୍ନେକ୍” ସ୍କୁଲର ନିର୍ଦ୍ଦେଶକ ରେଭ ଆମୋଦ କୁମାର ବର୍ଦ୍ଧନ ଏହି ଅସହାୟ ଓ ଗରୀବ ମାନଙ୍କୁ ରାସନ ସାମଗ୍ରୀ ସହିତ ମାସ୍କ, ସାନିଟାଇଜର ଆଦି ବଣ୍ଟନ କରିଥିଲେ । ଏପରି ପ୍ରାୟ ୧୦୦ ପରିବାରଙ୍କୁ ରାସନ ବାବଦରେ ଚାଉଳ, ରାସନ ସମଗ୍ରୀ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିଥିଲେ । ଏନେଇ ଶ୍ରୀ ବର୍ଦ୍ଧନ କହିଛନ୍ତି ଯେ, ଜିଲ୍ଲାରେ ଥିବା ଗରିବ ବିଧବା ଏବଂ ଅସହାୟ ପରିବାରଙ୍କୁ ସାହାଯ୍ୟ ଜାରି ରଖିବୁ । ଲୋକଙ୍କ ସେବା ନିମନ୍ତେ ଜୀବନ ରକ୍ଷା କରିପାରିବା ଔଷଧ ବିତରଣ, ମେଡିକାଲ କ୍ୟାମ୍ପ ଆଦି କାର୍ଯ୍ୟକ୍ରମ ଆଦି ମଧ୍ୟ କରାଯିବ ।


