ପାରଳା ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଜଗଦଗୁରୁତ୍ତମ ମହାପରାୟଣ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ମହାପରାୟଣ ଦିବସ କାର୍ତ୍ତିକ ଶୁକ୍ଲ ତ୍ରୟୋଦଶୀ ଅବସରରେ ପାରଳାଖେମୁଣ୍ଡି ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନେ ପରିଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନାମସଂକୀର୍ତ୍ତନ ଏବଂ ଭକ୍ତବୃନ୍ଦଙ୍କ ସହ ପରିକ୍ରମା କରି ଯଥାରିତିରେ ପାଳନ କରିଛନ୍ତି l ଏଥିରେ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ପୌରହିତ କରିଥିଲେ l ପ୍ରଥମେ ଦୈନିକ ପ୍ରାର୍ଥନା ପରେ ମହାରାଜ ଜୀଙ୍କ ଆରତୀ କରି ଭକ୍ତବୃନ୍ଦ ଓ ଶିଶୁମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏହି ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜଗତଗୁରୁ କୃପାଳୁ ଜୀ ମହାରାଜଙ୍କ ତ୍ୟାଗମୟ ଜୀବନୀ ବିଷୟରେ କହିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳକ ମୂରଲୀଧର ପରିଛା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ