ଗଜପତିର ମୋହନାରେ ନାମକୁ ମାତ୍ର ବସୁଧା ଯୋଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଦୁର୍ଗମାଞ୍ଚଳରେ ନାମକୁ ମାତ୍ର ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରକୃତପକ୍ଷେ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି ଗ୍ରାମବାସୀ । ସେପଟେ ରାଜ୍ୟ ସରକାର ପ୍ରତି ଗ୍ରାମ ପ୍ରତି ୱାର୍ଡର ଲୋକଙ୍କ ଲାଗି ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ବହୁ ଅର୍ଥ ବ୍ୟୟ ଅଟକଳକରୁଛନ୍ତି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଏପରି ଯୋଜନା ବା ପ୍ରକଳ୍ପ ଫେଲ ମାରୁଛି । ଜିଲ୍ଲାର ଦମାଦୁଆ ପଞ୍ଚାୟତରେ ଏହି ଯୋଜନା ଅଧପନ୍ତରିଆ ଭାବେ ପଡିରହିଥିବାର ଦେଖିବାକୁ ମିଳୁଛି । ଦମାଦୁଆ ଗ୍ରାମବାସୀ ପିଇବା ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଥିବାର ଦେଖିବାକୁ ମିଳୁଛି । ଏହି ଅଧପନ୍ତରିଆ କାର୍ଯ୍ୟକୁ ତୁରନ୍ତ ସମାପନ କରି ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇଛି । ତେବେ ଏହି ପଞ୍ଚାୟତ ତଥା ଗ୍ରାମ ନୁହେଁ ଏପରି ମୋହନା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି ।


