ଗଜପତି ଜିଲ୍ଲାକୁ ପୁଣି ଫେରିଲା କୋଭିଡ୍‌, ୪ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ବହୁ ମାସ ବ୍ୟବଧାନପରେ ଗଜପତି ଜିଲ୍ଲାକୁ କୋଭିଡ୍ ଫେରିଥିବାର ଜଣାପଡିଛି । ଗତକାଲି ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ କୋଭିଡ ପରୀକ୍ଷଣ କରାଯାଇଥିବା ରିପୋରଟରେ ମୋଟ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ସମେତ ପାରଳାଖେମୁଣ୍ଡି ପୌରପରିଷଦ ଠାରେ ମୋଟ ୪୨୬ ଟେଷ୍ଟ କରାଯାଇଥିଲା । ଏଥି ମଧ୍ୟରୁ ମୋହନା ବ୍ଲକର ସମସ୍ତ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ.ପାତ୍ରଙ୍କ ସୂତ୍ରରୁ ପ୍ରକାଶ । ତେବେ ଏଥି ପ୍ରତି ଆତଙ୍କିତ ନ ହୋଇ ସତର୍କତା ତଥା ଜିଲ୍ଲାପ୍ରଶାସନର କୋଭିଡ୍ ନିୟମକୁ ପାଳନ କରିବା ସହ ସାମାନ୍ୟ ଲକ୍ଷଣ ଦେଖାଗଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଯାଇ କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ