ପାରାଦୀପ ଗ୍ରସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ, (ପିତବାସ ପ୍ରଧାନ):କେନ୍ଦ୍ର ସରକାରଙ୍କ ଖଣି ଓ କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓସାହେବ୍ ପାଟିଲ ଦାନଭେ ଓ କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଜୋସି ଦିନିକିଆ ପାରାଦୀପ ଗସ୍ତରେ ଅାସିଥିଲେ। ଭୁବନେଶ୍ଵର ରୁ ହେଲିକପ୍ଟର ଯୋଗେ ପାରାଦୀପ ଲାଇଟ୍ ହାଉସ୍ ପାଖ ବେଳାଭୂମି ହେଲିପ୍ୟାଡରେ ପହଞ୍ଚିବା ପରେ ପାରାଦୀପ ବନ୍ଦର ତରଫରୁ ବନ୍ଦରର ଅଧିକାରୀ ମାନେ ସ୍ବାଗତ ସମର୍ଦ୍ଧନା କରି କରିଥିେଲ।ଏହାପରେ ମନ୍ତ୍ରୀ ଦ୍ବୟ ପାରାଦ୍ଵୀପ ବନ୍ଦର ମଧ୍ୟକୁ ଯାଇଥିଲେ। ବନ୍ଦର ର ଯାନ୍ତ୍ରିକ ବର୍ଥ ରେ କୋଇଲା ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ପରଖିବା ପରେ ଫେରିଯାଇଛନ୍ତି। ମୁଖ୍ୟତଃ ପାରାଦ୍ଵୀପ ବନ୍ଦର ବାର୍ଷିକ ୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା କାର୍ଗୋ ପରିବହନ କରିଥାଏ , ଯାହା ଭାରତର ସବୁଠୁ ଅଧିକ କୋଇଲା ପରିବହନ କରୁଥିବା ବନ୍ଦର ଭାବେ ପରିଚିତ। ବନ୍ଦରର ଦୁଇଟି ଯାନ୍ତ୍ରିକ ବର୍ଥ ରେ ଏହି କୋଇଲା ଲୋଡିଂ ଓ ଅନଲୋଡିଂ କରାଯାଉଛି। ଏହାଛଡା ବାର୍ଷିକ ୩୦ ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ନୂତନ ବର୍ଥ ର ନିର୍ମାଣ ମଧ୍ୟ ଚାଲିଛି। ଉଭୟ କେନ୍ଦ୍ରମନ୍ତ୍ରୀ ବନ୍ଦରର ଏକ ସ୍ବତନ୍ତ୍ର ବୋଟ ରେ ଏଗୁଡ଼ିକ ପରିଦର୍ଶନ କରିବା ପରେ ବନ୍ଦରର ପରିବହନ ବ୍ୟବସ୍ଥା ରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପରେ ବନ୍ଦର ଅଧ୍ୟକ୍ଷ ଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବା ସହିତ ପାରାଦ୍ଵୀପ ବନ୍ଦର କୁ ଅଧିକ କୋଇଲା ପରିବହନର ସୁଯୋଗ ଦେବାପାଇଁ ପ୍ରତିଶୃତି ଦେବା ସହିତ କିଛି ନୂତନ ପକଳ୍ପ
ସମ୍ପର୍କରେ ଆଲୋଚନା କରାଯାଇଛି ବୋଲି ବନ୍ଦର ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହରନାନ୍ଦ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ