କିରଣୀ ପ୍ରଧାନ ଦୁଷ୍କର୍ମ ଓ ହତ୍ୟାକୁ ଛଅ ବର୍ଷ ବିତିଲା;କୁମ୍ଭକର୍ଣ୍ଣ ନିଦରେ କ୍ରାଇମବ୍ରାଞ୍ଚ
ଗଞ୍ଜାମ ,(ଦୂର୍ଗା ମାଧବ ପାଣିଗ୍ରାହୀ): ଗଞ୍ଜମ ଥାନା ଅନ୍ତର୍ଗତ ଉମୁରି ଧର୍ମଶରଣ ପୁର ଗ୍ରାମର ବାପା, ମା ଛେଉଣ୍ଡ ଯୁକ୍ତଦୁଇ ଛାତ୍ରୀ କିରଣି ପ୍ରଧାନ ଗଣଦୁଷ୍କର୍ମ ପରେ ହତ୍ୟା କରି କାଜୁଜଙ୍ଗଲରେ ଫିଙ୍ଗିଦିଆଯିବା ଘଟଣା କୁ ଛଅ ବର୍ଷ ବିତିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବା ଦୂରର କଥା , କୁମ୍ଭକର୍ଣ୍ଣ ନିଦରେ ସୋଇଥିବା କ୍ରାଇମବ୍ରାଞ୍ଚ ଟେରବି ପାଇ ନାହିଁ ।ଅନ୍ୟପଟେ ଘଟଣା ପରେ ମୃତକର ଭଉଣୀ କୁ ନିଯୁକ୍ତି , ଇନ୍ଦିରା ଆବାସ ଘର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପ୍ରଶାସନ ତରଫରୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇନଥିବା ବେଳେ , ତାର ଭଉଣୀ ନ୍ୟାୟ ପାଇଁ ପ୍ରଶାସନ ଠାରୁ ଆରମ୍ବ କରି ସରକାର, କ୍ରାଇମବ୍ରାଞ୍ଚ ର ତଦନ୍ତକାରୀ ଅଧିକାରୀଙ୍କ ପାଖକୁ ଦୌଡ଼ି, ଦୌଡ଼ି ନିରାଶ ହୋଇ ସେବି ମୃତ୍ୟୁବରଣ କରିଥିବା ଜଣାପଡିଛି ।ଯାହା ଫଳରେ କ୍ରାଇମବ୍ରାଞ୍ଚ ର ତଦନ୍ତ ରେ ଶୀତଳତା ଓ ନିଷ୍କ୍ରିୟତା , ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ରେ ଅବହେଳା କୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।ଅନ୍ୟପଟେ ମହିଳା ସ୍ୱେଚ୍ଛାସେବୀ ସଂଗଠନ ସୁପ୍ରିମକୋର୍ଟ ର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ସ୍ଥିତ ସହିଦ ଭାଗତସିଂହ ମହାବିଦ୍ୟାଳୟ ରେ ଯୁକ୍ତଦୁଇ ଶ୍ରେଣୀ ପାଠପଢୁ ଥିବା କିରଣି ପ୍ରଧାନର ବାପା,ମାଆ କେହି ଜୀବିତ ନଥିବାରୁ ଉମ୍ବୁରିଧର୍ମଶରଣପୁର ଗ୍ରାମ ସ୍ଥିତ ନିଜ ପିଉସୀ ମାନସୀ ଜେନଙ୍କ ଘରେ ରହି ପାଠ ପଢୁଥିଲେ ।
ଗତ ୨୦୧୪ ମସିହା ଅଗଷ୍ଟ ଦୁଇ ତାରିଖରେ ନିଜ ପିଉସୀ ସହ ନିକଟସ୍ଥ ବେଣିଗୌରୀ ଗ୍ରାମ ରେ ଥିବା ନିଜ ଜମିର ଦେଖାଶୁଣା କରିବାକୁ ଯାଇଥିଲେ ।ସେଠାରେ କିଛି ଘଣ୍ଟା ରହିବା ପରେ ରାତି ପାଇଁ ଖାଇବା ରୋଷେଇ କରିବା ଲାଗି ଏକାକି ଘରକୁ ଫେରିଥିଲେ । ସନ୍ଧ୍ୟାରେ ପିଉସୀ ଘରକୁ ଫେରିଲା ବେଳକୁ କିରଣି ଘରକୁ ପହଞ୍ଚିନଥିବାରୁ କାଳେ ସାହି ପଡୋଶୀ ଘରକୁ ଯାଇଥିବ ସେନେଇ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ମିଳିନଥିଲା ।ଏପରିକି କିରଣୀ ଘରକୁ ଫେରିଲା ବେଳକୁ କୁଆଁରୀ ପୋଖରୀରେ ଗାଧୋଇବା କିଛି ଲୋକ ଦଖିଥିବା କହିବା ପରେ ସେଠାରେ କାଳେ ବୁଡିଯାଇଥିବା ନେଇ ଖୋଜାଖୋଜି କରିଥିଲେ ବି ମିଳିନଥିଲା । ରାତି ହୋଇଯାଇଥିବାରୁ ତା ପରଦିନ ଅର୍ଥାତ ଅଗଷ୍ଟ ତିନି ତାରିଖରେ ଗ୍ରାମବାସୀଙ୍କ ସହାୟତା ରେ ଗଞ୍ଜାମ ଥାନରେ ଏତଲା ଦେଇଥିଲେ । ଉକ୍ତ ଦିନ ଅପରାହ୍ନ ତିନି ଘଣ୍ଟ ସମୟରେ ବ୍ରଜକଟ ପାହାଡ଼ ନିକଟସ୍ଥ କାଜୁଜଙ୍ଗଲରୁ କ୍ଷତବିକ୍ଷତ କିରଣୀ ପ୍ରଧାନ ର ଶବ ମିଳିଥିଲା । ତାର ମୁଣ୍ଡ, ଓ ମୁଁହକୁ ପଥରେ ଛେଚାଯାଇଥିବା ବେଳେ ହାତରେ ଦାଗ ଥିଲା ।କିଛି ଦୂରରେ ରକ୍ତ ଲାଗିଥିବା ପଥର ପଡିଥିଲା । ପାରିପାର୍ଶ୍ବିକ ପରିସ୍ଥିତି କୁ ଅନୁଧ୍ୟାନ କଲେ ଦୁଷ୍କର୍ମ ପରେ ହତ୍ୟା ଯାଇଥିବା ସ୍ୱଷ୍ଟ ବାରିହେଉଥିଲା ।
ଯାହାକୁ ନେଇ ଉକ୍ତ ପାଞ୍ଚୟତ ବାସିନ୍ଦା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କଲେଜ, ମହିଳା ସଙ୍ଘ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରତିବାଦ ସ୍ୱରୂପ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟାକାରୀ କୁ ଧରିବା ପାଇଁ ହଜାର, ହଜାର ଛାତ୍ରଛାତ୍ରୀ, ବିଭିନ୍ନ ସଂଘଠନର ମହିଳା ମାନେ ଦାବିକରିଥିଲେ । ଯାହାକୁ ନେଇ ଅଡୁରେ ପଡିଯାଇଥିଲା ପୋଲିସ ଓ ଜିଲ୍ଲାପ୍ରଶାସନ । ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶାଙ୍କ ରେ ବାଧ୍ୟ ହୋଇ ହତ୍ୟାଘଟଣାର ଏକ ସପ୍ତାହ ପରେ ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ସରକାର। ମୃତକ ର ଭଉଣୀ କୁ ନିଯୁକ୍ତି, ଇନ୍ଦିରା ଆବାସ ଯୋଜନାରେ ଘର ଯୋଗାଇଦେବା ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ସମସ୍ତ ଆଶାବାଦୀ ହୋଇଥିଲେ ହତ୍ୟାକାରୀ ନିଶ୍ଚିତ ଧରାପଡିବ ।ମାତ୍ର ଦୁଃଖ ଓ ପରିତାପର ବିଷୟ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚିତ ଜିଲ୍ଲାରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ନା ହତ୍ୟାକାରୀ ଧରାପଡ଼ିଲା, ନା ନିଯୁକ୍ତି ଓ ଇନ୍ଦିରା ଆବାସ ଗୃହ ଦେଲା ପ୍ରଶାସନ । ଛଅ ବର୍ଷରେ ପ୍ରାୟ ସାତ, ଆଠ ଥର ଘଟଣା ସ୍ଥଳ ବୁଲି ଫେରିଥିବ ବେଳେ , ଗତ ତିନିବର୍ଷ ଦେଖାନାହିଁ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଅଭିଯୁକ୍ତ ଧରିବା ଦୂରର କଥା ସେମାନଙ୍କ ଟେର ପାଇପାରିଲାନି କ୍ରାଇମବ୍ରାଞ୍ଚ ଟିମ।ତଦନ୍ତ ଅଗ୍ରଗତିରେ ମଧ୍ୟ ବିଶେଷ ଆଗେଇ ନଥିବାରୁ ବିଭିନ ମହଲରେ ଉଦବେଗ ପ୍ରକାଶ ପାଇଛି ।ଅନ୍ୟପଟେ ଭଉଣି ସଂଗୀତା ପ୍ରଧାନ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ମାନବଧିକାର କମିଶନଙ୍କ ଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ ନ୍ୟାୟ ନ ମିବାରୁ ମାନସିକ ଚିନ୍ତାରେ ମୃତ୍ୟୁବରଣ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉକ୍ତ ପାଞ୍ଚୟତ ର ସମିତି ଶତୃଘନ ମହାଙ୍ଗୁଡ଼ କ୍ରାଇମବ୍ରାଞ୍ଚ ର କାର୍ୟ୍ୟଶୈଳୀ କୁ ନେଇ ପ୍ରଶ୍ନଉଠାଇବା ସହ ଗଞ୍ଜମ ରେ ପୂର୍ବରୁ ଏସପି ଥିବା ସୋମେନ୍ଦ୍ର ପ୍ରିୟଦର୍ଶୀ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ର ଦ୍ବାଇତ ରେ ଥିବରୁ ତଦନ୍ତ କ୍ରିୟାଶୀଳ ହେବ ବୋଲି କହିଥିବା ବେଳେ ଲାକଡାଉନ ଉଠିଲେ ଏକ ପ୍ରତିନିଧି ଦଳ ଭେଟିବାର ଯୋଜନା ଥିବା ସୂଚନା ମିଳିଛି ।ସେହିପରି ମୃତକ କିରଣୀ ଙ୍କ ପରିବାର ଆମେ ଗରିବ ଲୋକ ହେଉଥିବରୁ ଆମ ପାଖରେ ଜନ ନାହିଁ କି, ଧନ ନାହିଁ । ଆମ କଥା କିଏ ଶୁଣିବ ବୋଲି କହିଛନ୍ତି ।ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ ଥରେ କି ଦୁଇଥର ଆସି ତଦନ୍ତ କରିଥିବା ବେଳେ ବର୍ତ୍ତମାନର ପ୍ରାୟ ତିନି ବର୍ଷ ଧରି ଟିମ ଆସିନଥିବା ଜଣାପଡିଛି ।


