ଗଞ୍ଜାମ ଷ୍ଟେସନରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଟିକଟ କାଟିବା ପାଇଁ ସଚେତନତା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଷ୍ଟେସନରେ ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଯାତ୍ରୀଙ୍କୁ ଟିକଟ କାଟି ଯାତ୍ରା କରିବା ପାଇଁ ଆଜି ଠାରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଅଞ୍ଚଳବାସୀ ସାମିଲ ହୋଇଛନ୍ତି। ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ,ସଂଯୋଜକ ଵିନୋଦ କୁମାର ମହାପାତ୍ର, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା,ପଟ୍ଟନାୟକ, ବ୍ରଜ ସୁନ୍ଦର ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ପଟ୍ଟନାୟକ,ପଦ୍ମନାଭ ବେହେରା, ରାମ କୃଷ୍ଣ ବେହେରା, ମଙ୍ଗରାଜ ପଣ୍ଡା,ଦେବେନ୍ଦ୍ର କୁମାର ପଣ୍ଡା, କିଶୋର କୁମାର ମହାପାତ୍ର, ବେହେରା, ନଗର ବିଜେପି ସଭାପତି କାନ୍ତାରି ଦଳେଇ, ବିଜେଡି ନେତା ଲକ୍ଷ୍ମୀ ପାଢ଼ୀ, ହାଡ଼ିଆ ମହାପାତ୍ର, ସ୍ୱେଚ୍ଛାସେବୀ ସୁଦାମ ଜେନା, ପୁର୍ବତନ ସରପଞ୍ଚ ସାମା ରେଡ୍ଡୀ, କାଉନସିଲର ଅରୁଣ କୁମାର ପଣ୍ଡା, ବରିଷ୍ଠ ସ୍ୱେଚ୍ଛାସେବି ସନ୍ତୋଷ କୁମାର ଆଚାର୍ଯ୍ୟ, ଦୁର୍ଗା ମାଧବ ପାଣିଗ୍ରାହୀ, ଅଶୋକ କୁମାର ପାଢୀ, ମୋଚିଆ ପ୍ରଧାନ, ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ,ଭଗବାନ ପ୍ରଧାନ, ନବ କୃଷ୍ଣ ପଣ୍ଡା, ଓ ବୁନା ଖଉଦା ପ୍ରମୁଖ ସମେତ ଅଟୋ ସଙ୍ଘ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ କୋଭିଡ଼ି ପୂର୍ବରୁ ଗଞ୍ଜାମ ଷ୍ଟେସନରେ ହିରାଖଣ୍ଡ ଏକ୍ସପ୍ରେସ ଓ ପୁରୀ ତିରୁପତି ଏକ୍ସପ୍ରେସ ରହୁଥିବା ବେଳେ, କୋଭିଡ଼ି ପରବର୍ତ୍ତୀ ସମୟରେ ଏହି ଦୁଇଟି ଟ୍ରେନ ରାହୀନଥିଲା। ଏନେଇ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅକ୍ଟୋବର ଦୁଇ ତାରିଖରୁ ଗଣଧାରଣା ଦିଆଯାଇଥିଲା ଷ୍ଟେସନ ସମ୍ମୁଖରେ। ଯାହା ଫଳରେ ରେଳବାଇ କର୍ତ୍ତୃପକ୍ଷ ହିରାଖଣ୍ଡ ଏକ୍ସପ୍ରେସ ରହଣୀ କରିଥିବା ବେଳେ , ତିରୁପତି ଏକ୍ସପ୍ରେସ ପାଇଁ ସମୟ ମାଗିଥିଲେ। ଟ୍ରେନ ରହିଥିଲେ ମଧ୍ୟ ଟିକଟ ଉପରେ ଗୁରୁତ୍ୱ ଦେବାକୁ ରେଳବାଇ କର୍ତ୍ତୃପକ୍ଷଙ୍କ କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ଗଞ୍ଜାମ ଷ୍ଟେସନରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜିଠାରୁ ଟିକଟ କାଟିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ