ଓଡ଼ିଶା ପାଇଁ ଗୌରବ ଆଣିଲେ ଗଞ୍ଜାମ ଝିଅ ଆଦ୍ୟାଶା ପ୍ରିୟଦର୍ଶୀନୀ

ଗଞ୍ଜାମ, (ବିନୋଦ ପଲାଇ):ସିଦ୍ଧାର୍ଥ ଟିଭି ରେ ଚାଲିଥିବା ନାଚ ଓଡ଼ିଶା ଜୁନିୟର ସିଜନ୍ ଦୁଇ ରେ ବିଜୟୀ ହୋଇଛନ୍ତି , ଗଞ୍ଜାମ ର ଝିଅ ଆଦ୍ୟାସା ପ୍ରିୟଦର୍ଶୀନୀ । ଯାହା ଅଞ୍ଚଳ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ଗଞ୍ଜାମ ବ୍ଲକ୍ ସୁବଳୟା ଗ୍ରାମ ର ବାସିନ୍ଦା ତଥା ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବିଭୁ ପ୍ରସାଦ ବେହେରା ଏବଂ ପ୍ରଜ୍ଞା ପଲେଇ ଙ୍କ କନିଷ୍ଠ କନ୍ୟା ଆଦ୍ୟାଶା ପ୍ରିୟଦର୍ଶୀନୀ ସିଦ୍ଧାର୍ଥ ଟିଭି ଦ୍ୱାରା ଆୟୋଜିତ ” ନାଚ ଓଡ଼ିଶା ଜୁନିୟର ” ସିଜନ ଦୁଇ ପ୍ରତିକ୍ରିୟାରେ ଭାଗ ନେଇ ପ୍ରଥମ ସ୍ଥାନରେ ବିଜୟୀ ହୋଇଛନ୍ତି।ଏଥିରେ ବିଚାରକ ଭାବେ ମାଷ୍ଟର ହରିହର ଦାସ୍,ଜୟା ବିଶ୍ୱାସ ଓ ଓଡ଼ିଆ ଅଭିନେତ୍ରୀ ପୁନମ୍ ମିଶ୍ର ଯୋଗ ଦେଇଥିଲେ।ଆଦ୍ୟାଶା ନିଜ ନୃତ୍ୟ କଳା ଯାଦୁରେ ସମସ୍ତ ପ୍ରତିଯୋଗିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରି ” ନାଚ ଓଡିଶା ” ସିଜନ ଦୁଇ ବାଜି ମାରିନେଇଥିଲ। ଆୟୋଜକ ସିଦ୍ଧାର୍ଥ ଟିଭି ତରଫରୁ ବିଜୟୀ ଆଦ୍ୟାସାଙ୍କୁ ମୁଖ୍ୟ ଅତିଥି ତଥା ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ନମିତା ଅଗ୍ରୱାଲ , ବିଶିଷ୍ଠ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇ ବିଜୟୀ ଟ୍ରଫି , ମାନପତ୍ର ସହ ନଗଦ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ବିଚାରକ ଭାବେ ଯୋଗଦେଇଥିବା ମାଷ୍ଟର ଜୟା ବିଶ୍ୱାସ ଆଦ୍ୟାଶାଙ୍କ ନୃତ୍ୟ ପରିବେଷଣ ରେ ଖୁସି ହୋଇ ଏକ ସୁନାର ମୁଦି ଉପହାର ଦେଇଥିଲେ। ଆଧୁନିକ ନୃତ୍ୟଗୁରୁ ଗଣେଶ ମିସ୍ତ୍ରୀ ଓ ଓଡ଼ିଶୀ ନୃତ୍ୟ ଗୁରୁ ଶିବରାମ ବାରିକ୍ ଠାରୁ ଶିକ୍ଷା ନେଉଥିବା ଆଦ୍ୟାଶା ପୂର୍ବରୁ ମଧ୍ୟ ସେ ଟିକେ ଡ଼୍ୟାନ୍ସ ଓ ଟିକିଏ ଆକ୍ଟିଙ୍ଗରେ ମଧ୍ୟ ମଧ୍ୟ ସଫଳତା ପାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ