ଗାତରେ ପଡିଲେ ୨ ଷଣ୍ଢ

ଯୋଡା,(ସମୀର କୁମାର ଦାସ): ଯୋଡା ସହରର ଫେରୋ ମାଙ୍ଗାନିଜ ପ୍ଲାନ୍‌ଟ ନିକଟ ରାସ୍ତା କଡରେ ଏକ ଖୋଳାଯାଇଥିବା ଗଭୀର ଗାତରେ ୨ ଟି ଷଣ୍ଢ ପଡିଯିବାରୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ୨ ଟି ଷଣ୍ଢ ପରସ୍ପର ମଧ୍ୟରେ ଲଢେଇ କରି ପ୍ରାୟ ୧୦ ଫୁଟ୍ ଗଭୀର ଗାତରେ ପଡିଯାଇଥିଲେ । ଗାତ ଦ୍ୱୟ ରେ ବିନା ସୁରକ୍ଷା ବାଡରେ ଅତି ବିପଦପୂର୍ଣ୍ଣ ଅବସ୍ତାରେ ଖୋଳା ଯାଇଥିବା ବେଳେ ଏହି ଘଟଣା ଘଟିବା ପରେ କେଉଁ କମ୍ପାନୀ କିମ୍ବା ସଂସ୍ଥା ପକ୍ଷରୁ ଖୋଳାଯାଇଛି ତାହା ଅସ୍ପଷ୍ଟ ରହିଛି । ଗାତ କାହାର ନେଇ ଏବେ ଦ୍ୱନ୍ଦ ଉପୁଜିଥିବାରୁ ଷଣ୍ଢ ଦ୍ୱୟର ଉଦ୍ଧାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସେଠାରେ ଉପସ୍ଥିତ ଥିବା ଯୋଡା ପୂର୍ବତନ ନଗରପାଳ ରବିନ୍ଦ୍ର କୁମାର ଦାସ ଓ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି ଷଣ୍ଢ ଦ୍ୱୟର ଖାଦ୍ୟର ବ୍ୟବସ୍ଥା କରିଥିଲେ । ଏମାନଙ୍କର ଉଦ୍ଧାର କାର୍ଯ୍ୟ କେହି କରୁନଥିବାରୁ ସେଠାରେ ଉପସ୍ଥିତ ଥିବା ଶତାଧିକ ଜନସାଧାରଣ ସ୍ଥାନୀୟ କମ୍ପାନୀ ଓ ପ୍ରଶାସନକୁ କଟୁ ସମାଲୋଚନା କରିଥିଲେ । ତେବେ ବହୁ ସମୟ ପରେ ଯୋଡା ଅଗ୍ନିଶମ ବିଭାଗ ପହଁଚି ଷଣ୍ଢ ଦ୍ୱୟର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ