ବିଦ୍ୟା ପବ୍ଲିକ ସ୍କୁଲରେ ଗୁରୁଦିବସ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସଭାପତିତ୍ୱରେ ଏହି ଦିବସରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପାଣିଗ୍ରାହୀ ଯୋଗଦେଈଥିବା ବେଳେ , ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ର ଓ ଆଇନଜୀବୀ ଅଳକା ମିଶ୍ର ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିବା ବେଳେ, ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଅତିଥି ମାନେ। ଏହି ପରିପ୍ରେକ୍ଷୀରେ ଶିକ୍ଷୟିତ୍ରୀ ପ୍ରଗତି ଦାଶ, ରଶ୍ମିତା ସ୍ବାଇଁ, ପ୍ରଜ୍ଞା ନାହାକ, ମିତା ଜେନା, ସିଏଚ .ପଦ୍ମିନୀ, ସାଗରିକ ପ୍ରଧାନ, ଲିଜା ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାର୍ଥୀ, ଅଭିଭାବକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ