ଗୋତୀର୍ଥ ଠାରେ ନିଃସନ୍ତାନ ମହିଳା ଙ୍କ ବୁଡ଼ : ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କଲେ ଶ୍ରଦ୍ଧାଳୁ
ନିମାପଡା, (ସନ୍ତୋଷ ଦାଶ) :-ଆଜି ପବିତ୍ର ଅକ୍ଷୟତୃତୀୟା। ପୁଣ୍ୟ ତୋୟା ପ୍ରାଚୀ ନଦୀ ର ତ୍ରିବେଣୀ ସଙ୍ଗମ ନିମାପଡା ବ୍ଲକ ଆଗରଶାସନ ଗ୍ରାମ ଶେଷ ମୁଣ୍ଡ ରେ ଅବସ୍ଥିତ ଗୋ ତୀର୍ଥ ଠାରେ ପାରମ୍ପରିକ ପ୍ରଥାନୁସାରେ ନିଃସନ୍ତାନ ମହିଳା ମାନେ ସନ୍ତାନ ପ୍ରାପ୍ତି ଆଶାରେ ପ୍ରାତଃ ରେ ବୁଡ଼ ପକାଇ, ନବବସ୍ତ୍ର ପିନ୍ଧି ସେଠାରେ ସ୍ଵସ୍ୱ ବିମାନରେ ବସିଥିବା ପ୍ରଭୁ ଅମରେଶ୍ଵର ଓ ବନ୍ଦେଶ୍ୱର ଠାକୁରଙ୍କୁ ଦର୍ଶନ ଓ ପୂଜାଚର୍ଣ୍ଣl କରିଥିଲେ। ସେହିପରି ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇ, ମୁଣ୍ଡ ଲଣ୍ଡନ କରି, ହୋମ କରି ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କରିଥିଲେ। ଏଥିପାଇଁ ପ୍ରାଚୀକୂଳ ର ଗୋ ତୀର୍ଥ ଓ ଅମରେଶ୍ଵର ଶମ୍ଭୁ ମନ୍ଦିର ଠାରେ ମେଳା ବସିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା l ଗତ ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ଏଠାରେ ଭକ୍ତ ସମାଗମ ହୋଇ ନଥିଲା । ଅକ୍ଷୟ ତୃତୀୟା ତିଥି ରେ ଗୋ ତୀର୍ଥ ଠାରେ ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କଲେ ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରାଚୀ ମହାତ୍ମ୍ୟ ରେ ବର୍ଣ୍ଣନା ହୋଇଥିବାବେଳେ ନିଃ ସନ୍ତାନ ମହିଳା ଙ୍କ ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି ।


