ଶ୍ରୀ ମନ୍ଦିର ଗୁମୁଟ ରୁ ପଡି କିନ୍ନର ବଳରାମ ଙ୍କ ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଶ୍ରୀ ମନ୍ଦିର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ନିମାପଡା ବ୍ଲକ କଳlପlଞ୍ଚଣ ପଞ୍ଚାୟତ ର ଗଡଇଟାପୋଖରୀ
ଗ୍ରାମ ର ବଳରାମ ରାଉତ ନାମକ କିନ୍ନର ପୁରୀ ଶ୍ରୀ ମନ୍ଦିର ର ସିଂହ ଦ୍ୱାର ଉପର ଗୁମୁଟ ରୁ ତଳେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ସେ ଆତ୍ମ ହତ୍ୟା କରିଛନ୍ତି କି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇ ନଥିବାବେଳେ ଏହି ଘଟଣା ଜଣା ପଡ଼ିବାପରେ ତାଙ୍କ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କ ଭଉଣୀ ଙ୍କ ବାହାଘର ପାଇଁ ସେ ଅର୍ଥ ଚିନ୍ତା ରେ ଥିଲେ । ଏଥିପାଇଁ ସେ ଆତ୍ମ ହତ୍ୟା କରିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ତଦନ୍ତ ଜାରି ରହିଛି, ଶେଷ ହେବା ପରେ ପ୍ରକୃତ କଥା ଜଣା ପଡ଼ିବ ବୋଲି ପୋଲିସ କହିଛି । ତାଙ୍କ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହି ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି ।


