ଗୋବିନ୍ଦ ପାଣିଗ୍ରାହୀଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଗତ ୧୩ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏକ ଉତ୍ସବରେ ବିଶିଷ୍ଟ ପାଲା ଗାୟକ ହାଟଡିହି ସାହିତ୍ୟ ଘରର ବରିଷ୍ଠ ଉପଦ୍ଦେଷ୍ଟା ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ପାଲା ପରିବେଷଣ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୨୦୧୭/୧୮ବର୍ଷର ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି । ଏକାଡେମୀର ସଭାପତି ରାମକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡିଶା ଭାଷା ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ ନାୟକ, ଏକାଡେମୀ ସମ୍ପାଦକ ବିଜୟ ଜେନା, ଶ୍ରୀ ପାଣିଗ୍ରାହୀଙ୍କୁ ତାମ୍ର ଫଳକ, ମାନପତ୍ର, ଅଙ୍ଗବସ୍ତ୍ର ସହିତ ୫୦ହଜାର ଟଙ୍କାର ଚେକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପାଣିଗ୍ରାହୀ ଓଡିଶାରେ ୧୯୭୦ ମସିହାରୁ ଏଯାବତ ପାଲା ପରିବେଷଣ କରି ପୁର୍ବରୁ ଦିଲ୍ଲୀ ସଂଗୀତ ନାଟକ ଏକାଡେମୀ ପୁରସ୍କାର ସହିତ ଶ୍ରୀ ସତ୍ୟସାଇ ବାବାଙ୍କ ପୁଟ୍ଟପୁର୍ତ୍ତୀରେ ହିନ୍ଦିଭାଷାରେ ପାଲାଗାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ପୁର୍ବରୁ ଓଡିଶାର ପୁରାତନ ସାହିତ୍ୟ ସଂଗଠନ କଳିଙ୍ଗ ଭାରତୀ ପକ୍ଷରୁ ମଧ୍ୟ ଭଞ୍ଜ ସାହିତ୍ୟ ସମ୍ମାନ ମଧ୍ୟ ଲାଭ କରିଛନ୍ତି । ତାଙ୍କୁ ଏହି ସମ୍ମାନ ପ୍ରାପ୍ତି ହେବାପରେ ଓଡିଶାର ବହୁ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ହାଟଡିହି ଅଞ୍ଚଳର ତଥା କେନ୍ଦୁଝର ଜିଲ୍ଲାର ପାଲାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ