ଘରକୁ ସିଲ୍ କଲା ପୋଲିସ୍ ଓ ପ୍ରଶାସନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ମେନ ରୋଡ୍ ରେ ଥିବା ଜଣଙ୍କ ଘରକୁ ବୁଧବାର ଅପରାହ୍ନରେ ପୋଲିସ୍ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି । ମିଳିଥିବା ସୁଚନା ମୁତାବକ ସହରର ମୁଖ୍ୟ ବଜାର ଠାରେ ଥିବା ଏକ ଘର ଉପରେ କୌଣସି କାରଣ ନେଇ କୋର୍ଟ ରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା କୁ ଭିତ୍ତି କରି କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଘରକୁ ପୋଲିସ୍ ଓ ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି । ଏହି ଘରକୁ ସିଲ୍ କରାଯିବା ସମୟରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ