ଘରପଦାରେ ଶନିଦେବଙ୍କ ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମରେ ୨ ଦିନ ଧରି ଗ୍ରହରାଜ ଶ୍ରୀ ଶ୍ରୀ ଶନିଦେବଙ୍କ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶନି ବାର ଗ୍ରାମର ଧନି ସାହୁ ପୁଷ୍କରିଣୀରୁ ୫୪ଟି ଘଟଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ମୁଖ୍ୟ କଳସ କୈଳାସ ଚନ୍ଦ୍ର ଚଢେଇ ଧାରଣ କରିଥିଲେ । ପରେ ଅଧିବାସ, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ, ନବଗ୍ରହଙ୍କ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ରବିବାର ସୂର୍ଯ୍ୟପୂଜା, ଗ୍ରହଭଟ୍ଟାରକ ପୂଜା ଓ ଅପରାହ୍ନରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ଶାନ୍ତନୁ କୁମାର ପଣ୍ଡା, ବସନ୍ତ କୁମାର ମିଶ୍ର, ବିଷ୍ଣୁମୋହନ ଦାଶ, ପ୍ରଦୀପ କୁମାର ମିଶ୍ର, ନିର୍ମଳ କୁମାର ସାମନ୍ତ, କମଳାକାନ୍ତ ପାଢୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଶନିବାର ସନ୍ଧ୍ୟାରେ କୁମାର ବାପିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟ ପୁରୋଧା କୈଳାସ ଚନ୍ଦ୍ର ଚଢେଇ ଓ ଉର୍ମିଳା ଚଢେଇଙ୍କ ଦ୍ୱାରା ଅନୁଷ୍ଠିତ ପୂଜା କାର୍ଯ୍ୟରେ ଗ୍ରାମର ସମସ୍ତ ଅଧିବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ