ଘରୁ ହାଟକୁ ଯାଉଥିବା ରାସ୍ତାରେ ଟଳି ପଡିଲେ ମହିଳା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବ୍ରାହ୍ଣବୋଷ ଗ୍ରାମର ସାରଥି ଦାସ (୫୫) ନାମକ ମହିଳା ଶନିବାର ଅପରାହ୍ନ ୪ ଘଟିକା ବେଳେ ସାପ୍ତାହିକ ହାଟ ଗମ୍ଭାରିଆକୁ ତେଲ ଲୁଣ ଆଣିବା ପାଇଁ ଯାଉଥିଲେ ।ଘରେ ଛୁଆ ପିଲାଙ୍କୁ କହି ଯାଇଥିଲେ ମାଛ ଆଣିବି ଓ ପରିବାରର ଆଣିବି ଭଲକି ଗଣ୍ଡେ ଖାଇବା ।ଛୁଆପିଲା ଖୁସିରେ ଘରେ ଚାତକ ଭଳି ଅନାଇ ଥିଲେ ।ହେଲେ ଦିବସ ଦଉଡ଼ି ମଣିଷ ଗାଈ ;ଯେଣିକି ଟାଣଇ ସେଣିକି ଯାଇ। ସତେ ଯେମିତି ଗାଁ ମୁଣ୍ଡ ଛକରେ ଯେମିତି ଜଗିଥିଲା ଯମ ! ହଠାତ୍ ଗାଁ ମୁଣ୍ଡରେ ପହଞ୍ଚିବା କ୍ଷଣି ମୁଣ୍ଡ ବୁଲାଇ ତଳେ ପଡିଗଲେ । ଅସୁସ୍ଥ ଅବସ୍ଥାରେ ଗାଁ ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ