ଘୁମୁସର ର ସ୍ବର ” ପକ୍ଷରୁ ୧୩୪ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା):ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ୧୩୪ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବୁଗୁଡ଼ା ବାର ଏସୋସିଏସନ ସଭାପତି ହର ପ୍ରସାଦ ଦାସ, ଆସିକା ଚିନି ଶିଳ୍ପ ନିର୍ଦ୍ଦେଶକ ଇଞ୍ଜିନିୟର ବସନ୍ତ କୁମାର ଦଳେଇ, ବରିଷ୍ଠ ଶିକ୍ଷାବିତ୍ ବଂଶୀଧର ନାୟକ, କବି ଅନନ୍ତ କର, ଗବେଷକ ଡକ୍ଟର ବ୍ରଜ କିଶୋର ପାଢ଼ୀ, ସମାଜସେବୀ ଅମରେନ୍ଦ୍ର ପଟ୍ଟନାୟକ ଓ ଖଲି ପରିଡା ଯୋଗଦେଇଥିଲେ। ଘୁମୁସର ମାଟିର କବିମାନେ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି କାଳଜୟୀ କାବ୍ୟ କବିତା ରଚନା କରି ବିଶ୍ବ ବନ୍ଦିତ ହୋଇ ପାରିଛନ୍ତି ବୋଲି ଅତିଥି ବୃନ୍ଦ କହିବା ସହ ଉତ୍ତର ପିଢ଼ି ସେମାନଙ୍କ ଅନୁଗାମୀ ହୋଇ ନୂତନ ସାହିତ୍ୟ ସର୍ଜନା କରିପାରିଲେ ଓଡ଼ିଆ ଭାଷାର ସୁରକ୍ଷା ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ କ୍ରୀଡାବିତ୍ ଦୂର୍ଗା ପ୍ରସାଦ ଦାସଙ୍କୁ “ଘୁମୁସର ର ସ୍ବର” ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଗୌରୀପତି ଦାଶ, ବୈଷ୍ଣବ ଚରଣ ଦାଶ, ଲୋକନାଥ ସ୍ବାଇଁ, କୃଷ୍ଣଚନ୍ଦ୍ର ଡାକୁଆ, କବୀ ସୌଦାମିନୀ ମିଶ୍ର, ଗୌରୀଶଙ୍କର ମିଶ୍ର, ଧ୍ରୁବ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ପାଢ଼ୀ, ମନୋଜ କୁମାର ଦାସ ପ୍ରମୁଖ କବିତା ପାଠ କରିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଭାଇଭଉଣୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଜି.ରାଜେଶ୍ବର ପାତ୍ର, ସୂର୍ଯ୍ୟ ନାରାୟଣ ସାମନ୍ତରା, କେ.ରାଘବ ଚରଣ ପାତ୍ର, ରାମଚନ୍ଦ୍ର ବିଷୋୟୀ ଓ ବୁଗୁଡ଼ା ସହରର ବହୁ ସାହିତ୍ୟ ପ୍ରେମୀ ସାମ୍ବାଦିକ,ବୁଦ୍ଧିଜିବୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରତିଷ୍ଠାନ ପକ୍ଷରୁ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ