ଚମଡା ବୋଝେଇ ଟ୍ରକ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ଏବେ ମାଫିଆ ମାନଙ୍କର  ଚରାଭୁଇଁ ହୋଇଗଲାଣି । ଏହି ବାଟ ଦେଇ ଦୈନନ୍ଦିନ ଗୋରୁ ଗାଡି ସହିତ ଚମଡା, କୋଇଲା, ତେଲ, ବାଲି ପ୍ରମୁଖ ବେଆଇନ ଭାବେ ଚାଲାଣ ହେଉଛି । ମାଫିଆ ମାନେ ଚତୁରତାର ସହିତ ଏଭଳି ବେପାର ବୃଦ୍ଧି କରୁଥିବା ବେଳେ ବେଳେବେଳେ ପୁଲିସ ହାବୁଡ଼ରେ ପଡିବା ମଧ୍ୟ ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଗତ ଶନିବାର ବିଳମ୍ବିତ ରାତ୍ରିରେ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ଚମଡା ବୋଝେଇ ଟ୍ରକକୁ ଜବତ କରାଯାଇଥିବା ଜଣାପଡିଛି । ଟ୍ରକଟି କଟକ ପଟୁ ଚମଡା ବୋଝେଇ କରି ଆସୁଥିବା ବେଳେ ରାଜପଥର ତୋରତ ନାକା ପୁଲିସ ପୋଷ୍ଟ ନିକଟରେ ଏହା ପୋଲିସ ହାବୁଡ଼ରେ ପଡିଥିଲା। ଥାନା ଅଧିକାରୀ ଅମିତାଭ ଦାସ ଗାଡିଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଏହାଛଡା ପଶୁ ସଂପଦ ଅଧିକାରୀ ଚମଡାର  ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱର ଲାବକୁ ପଠାଇଛନ୍ତି । ସେଠାରୁ ରିପୋର୍ଟ ଆସିବା ପରେ ଏହା କେଉଁ ପଶୁର ଚମଡା ଜଣାପଡିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ସ୍ପଷ୍ଟ ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ