ଚର୍ଚ୍ଚ ଖୋଲିବା ଦାବୀରେ ରାଜରାସ୍ତା ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରତନ ରୋମାନ କ୍ୟାଥଲିକ ଚର୍ଚ୍ଚ କୁ ନେଇ ଦିନ କୁ ଦିନ ବିବାଦୀୟ ପରିସ୍ଥିତି ଘନେଇବାରେ ଲାଗିଛି । 22 ବର୍ଷ ହେଲା ଲାଗିରହିଥିବା ଏହି ବିବାଦରେ କୋର୍ଟ ରାୟ ପରେ ମଧ୍ୟ ସର୍ବ ସାଧାରଣ ଙ୍କ ପାଇଁ ବନ୍ଦ ପଡିଥିବା ଚର୍ଚ୍ଚ କୁ ତୁରନ୍ତ ଖୋଲିବା ଦାବୀରେ ଚର୍ଚ୍ଚ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରୁଛନ୍ତି ଶତାଧିକ ଖ୍ରିଷ୍ଟ ଧର୍ମାବଲମ୍ବୀ । ଆଜକୁ ମାସେ ହେବ ଆଗୋରାତ୍ର ଅଞ୍ଚଳର ମହିଳା ମାନେ ଶାନ୍ତି ପୁର୍ଣ୍ଣ ଭାବେ ଫାଟକ ସମ୍ମୁଖରେ ଧାରଣା ରତ ଥିଲେ । ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଗୁହାରି ଜଣାବା ମଧ୍ୟ କୈଣସି ସୁଫଳ ମିଳିନଥିବା ମହିଳା ମାନେ ପ୍ରକାଶ କରିଛନ୍ତି । ଯାଫଳରେ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ବ୍ୟାପି ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁର କୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ କୁ ଅବରୋଧ କରି ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ