ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ତଥ୍ୟ ବାହାର ରାଷ୍ଟ୍ରକୁ ଚାଲାଣ ଅଭିିଯୋଗ : ଗିରଫ ହେଲେ ୪ ଠିକା କର୍ମଚାରୀ

ବାଲେଶ୍ୱର, (ସରୋଜ ପଣ୍ଡା ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ତଥା ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରେ କାର୍ଯ୍ୟରତ ଥାଇ ବିଦେଶୀ ରାଷ୍ଟ୍ରକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ନେଇ ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ଜିଲା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ପ୍ରକାଶ ବେରା, ଶେଖ୍‍ ମୁସାକ । ଅନ୍ୟଜଣଙ୍କର ପରିଚୟ ଅଦ୍ୟାବଧି ମିଳିପାରି ନାହିଁ । ସମସ୍ତଙ୍କ ଘର ଚାନ୍ଦିପୁର ରୋଡ଼, ଝାମ୍ପୁରାହାଟ ଓ ନୂଆନଇ ଘାଟ ଅଞ୍ଚଳର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ମଧ୍ୟରୁ ବସନ୍ତ ବେହେରା କମ୍ପେ୍ଲକ୍ସ୍‌-୩ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୩ ଜଣ ସେଠାରେ ଅନ୍ୟାନ୍ୟ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ବସନ୍ତଙ୍କ ମୋବାଇଲ ଫୋନକୁ ବାରମ୍ବାର ଇଣ୍ଟରନ୍ୟାସନାଲ କଲ ଆସିବା ଏବଂ ତାଙ୍କ ଫୋନରୁ ମଧ୍ୟ ବାହାର ରାଷ୍ଟ୍ରକୁ କଲ ଯାଉଥିବା ନେଇ କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ଟ୍ରାକିଂରୁ ଜଣାପଡ଼ିଥିଲା । ପରେ କ୍ରାଇମ ବ୍ରାଞ୍ଚ ନିର୍ଦ୍ଦେଶ କ୍ରମେ ଜିଲା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶ କ୍ରମେ ଏକାଧିକ ଡିଏସପି ଓ ୬ ଗୋଟି ଥାନାର ଅଧିକାରୀ ତଥା ଅନ୍ୟାନ୍ୟ ପୁଲିସଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ସୋମବାର ରାତିରେ ସମସ୍ତଙ୍କ ଘର ଠାବ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏଜେଂଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଗୁଇନ୍ଦା ବିଭାଗ ସନ୍ଦେହ କରିଥିଲା । ରାଜସ୍ଥାନ ସୀମା ଆରପଟରୁ ଏହି ଇଣ୍ଟରନ୍ୟାସନାଲ କଲ ଆସୁଥିବା ଜଣାପଡ଼ିଛି । ପୂର୍ବରୁ ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଆଜୀବନ ଜେଲ ସଜ୍ଜା କାଟୁଛନ୍ତି ଇଶ୍ୱର ବେହେରା । ସେ ମଧ୍ୟ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋ ଗ୍ରାଫର ଭାବେ କାମ କରୁଥିଲେ । ପଡ଼ୋଶୀ ପାକିସ୍ତାନର ଆଇଏସଆଇ ଏଜେଣ୍ଟକୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ସେ ମଧ୍ୟ ଗିରଫ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ