ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ସମୀକ୍ଷା ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ସମୀକ୍ଷା ବୈଠକ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ବ୍ଲକ ପୋଗ୍ରାମ ମ୍ୟାନେଜର ଶିବ ନାରାୟଣ ନନ୍ଦ, ବ୍ଲକ ବିତ୍ତ ବିଭାଗ ପରିଚାଳକ ଆଶୁତୋଷ ମିଶ୍ର ଙ୍କ ସହିତ ସମସ୍ତ ପୁରୁଷ, ମହିଳା ସ୍ଵାସ୍ଥ୍ୟ ।କର୍ମୀ, ସମସ୍ତ ଉପ ସ୍ଵାସ୍ଥ୍ୟକେନ୍ଦ୍ର ର ଡ଼ାକ୍ତର, କର୍ମଚାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଯୋଗ ଦେଇ ଥିଲେ। ସରକାର ଙ୍କ ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ପ୍ରଚଳିତ ଯୋଜନା ସବୁ କିପରି ଚାଲିଛି ତାର ସମୀକ୍ଷା କରାଯିବା ସହିତ କିପରି ଲୋକ ମାନେ ସୁବିଧା ରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ସମସ୍ତ କର୍ମଚାରୀ ମାନଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସାମନ୍ତରାୟ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ରେ କରାଯାଉଥିବା ମାଗଣା ପରୀକ୍ଷା ସମ୍ପର୍କ ରେ ରୋଗୀ ମାନଙ୍କୁ ଅବଗତ କରାଇବା ଜରୁରୀ ବୋଲି ମତ ଦେଇଥିଲେ।ପ୍ରକାଶ ଥାଉକି ଏହି ଡାକ୍ତରଖାନା ରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ, ଶିଶୁ ବିଭାଗ ଡାକ୍ତର ପଦବୀ ଦୀର୍ଘଦିନ ହେବ ଖାଲିପଡ଼ିଛି ।ପଦବୀ ପୂରଣ ଲାଗି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକମାନେ ଓ ପ୍ରସୂତୀ ମହିଳା ମାନେ ଠିକ୍ ସମୟ ରେ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି। ତେଣୁ ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବାକୁ ଏ ଅଞ୍ଚଳ ର ଅଧିବାସୀ, ବୁଦ୍ଧିଜୀବି ରାଜ୍ଯ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


