ଚାରି ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ୧୫ଟି ଗାଁ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କେତେକ ଗ୍ରାମକୁ, ଚାରିଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି | ମୋହନା ବ୍ଲକର ବିରକୁଟ ପଞ୍ଚାୟତର ୧୫ଟି ଗ୍ରାମ ଦୁମପେଟା,ଡେଙ୍ଗିଲି, ଲୁଥୁରି, କାମେରି, ମୋହାପଦର, ଭାଲିଆସାହି, ଫିର୍ଲିଗି, ଭଳି ଅନେକ ଗାଁକୁ ସମାନ୍ୟ ବର୍ଷାରେ ବିଦ୍ୟୁତ କାଟ କରିଛନ୍ତି ବିଦ୍ୟୁତ ବିଭାଗ | ନିଜ ମନ ମୁତାବକ ବିଦ୍ୟୁତ କାଟ କରୁଛନ୍ତି | ବିଦ୍ୟୁତ ଦେବାକୁ କହିଲେ ନାଲି ଆଖି ଦେଖାଉଛନ୍ତି | ବର୍ଷା ପାଇଁ କୋୖଣସି ସୂଚନା ପାଇପାରୁ ନାହାନ୍ତି ଲୋକେ ଗୋଟିଏ ଦିନ ବିଦ୍ୟୁତ କାଟ କଲେ ୫ରୁ ୬ଦିନ ପର୍ଯ୍ୟନ୍ତ କଟା ଯାଉଛି | ଏଭଳି ଅନେକ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବିଦ୍ୟୁତ କାଟ କରୁଛନ୍ତି ବିଦ୍ୟୁତ ବିଭାଗ ଯନ୍ତ୍ରୀ ତେଣୁ ଏହି ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କରି ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ