ଚାଷଜମିକୁ ପାଣି ପାଇଁ ରାସ୍ତାରୋକ କଲେ ଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଚାଷୀମାନେ ଚାଷ ଜମିକୁ ପାଣିର ସୁବିଧା ପାଇଁ ରାଜରାସ୍ତାକୁ ଆସି ରାସ୍ତା ରୋକ କରିଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ପଞ୍ଚାୟତର ସାତ ମାଇଲ ଛକ ଠାରେ ଟାମ୍ପରକଇଠା, ବାଘଶଳା, କୁଦୁଡା, ବଡଗାଁ, ଭିନ୍ନଳା, ବାପୁଜୀପେଣ୍ଠ, ସାତମାଇଲ ଆଦି ଗ୍ରାମର ଚାଷୀମାନେ ଉପର ମୁଣ୍ଡରୁ ପାଣି ନ ଛାଡିବା ଏବଂ କେନାଲର ଜଙ୍ଗଲ ସଫା ନ ହୋଇଥିବା ଯୋଗୁଁ ଚାଷୀମାନେ ରାସ୍ତାରୋକ କରିଥିଲେ । ରାସ୍ତାରୋକ ହେବାରୁ ବହୁ ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖାଯାଇଥିଲା । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଘଟଣା ସ୍ଥଳକୁ ଯାଇ ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ସର୍ତ୍ତ ଅନୁସାରେ ରସ୍ତାରୋକରୁ ଚାଷୀମାନେ ହଟିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ପାତ୍ର, ପ।।ରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, କ୍ଷୁଦ୍ର ଜଳ ସେଚନ ପ୍ରକଳର ଅଧିକାରୀ, କନିଷ୍ଠଯନ୍ତ୍ରୀ ଆସି ଚାଷୀ ମାନଙ୍କ ସହିତ ଆଲୋଚନା କରି ଉପର ମୁଣ୍ଡରେ ମହଜୁଦ ରଖିଥିବା ପାଣି ୫ଦିନ ଲେଖାଁଏ ଛଡାଯିବ ବୋଲି ସ୍ଥିର କରିଥିଲେ । କିନ୍ତୁ ବଡ ଦୁଃଖର କଥା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀମାନେ ଖରା ଦିନ ଜଙ୍ଗଲ ସଫା ନକରି ବର୍ଷାଦିନରେ ଧାନ ବୁଣାଯିବା ସମୟରେ ଜଙ୍ଗଲ ସଫା କରୁଛନ୍ତି । ଏଥି ଯୋଗୁଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଚାଷ ବେଉଷଣପାଇଁ ପାଣି ନପାଇ ବହୁ ହଇରାଣ ହେଉଛନ୍ତି । ବର୍ଷାଦିନ ପୂର୍ବରୁ ଚାଷୀ ମାନଙ୍କର ଦାବି ପୁଣ କରାନଗଲେ ଆଗାମୀ ଦିନରେ ଗୋଷାଣୀ ବ୍ଲକ ଚାଷୀକୂଳ ପୂନର୍ବାର ରାସ୍ତାରୋକ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ