ଚାଷୀ ମୁଣ୍ଡରେ ଚଡକ:- ଝାଡ ବା ଆର୍ ଜେଡି ଧାନ ଧୋଡ ବାହାରୁନି 

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ଝାଡ ବା ଆର୍ ଜେଡି ବିହନ । ଯେଉଁ ଚାଷୀ ଏହି କିସମର ବିହନ ରୋପଣ କରିଥିଲେ ସେମାନଙ୍କ ଧାନ ଗଛ ଆଜି ପର୍ଯ୍ୟନ୍ତ ଧୋଡ ବାହାରି ନାହିଁ । ଜଣେ ଜଣେ ଚାଷୀ ସେହି କିସମର ଧାନ ଚାଷ ଏକର ଏକର ଜମିରେ କରିଥିଲେ। ମୂଲ ମଜୁରୀ ସାର ପଡିଆରେ ହଜାର ହଜାର ଟଙ୍କା ବ୍ୟୟ କରି ହତାଶ ହୋଇଛନ୍ତି । ବିଭିନ୍ନ ବ୍ଯାଙ୍କ୍ ଓ ବିଭିନ୍ନ ମହିଳା ଗ୍ରୁପ୍ ଠାରୁ ହଜାର ହଜାର ଟଙ୍କା ହାତ ଉଦ୍ଧାର ଆଣିଥିଲେ । ଏବେ କଣ କରିବେ ? କିପରି ଋଣ ଟଙ୍କା ପରିଶୋଧ କରିବେ ସେହି ଚିନ୍ତରେ ବୁଡିରହୁଛନ୍ତି । ନିଜ କ୍ଷେତ ପାଖରେ ଥିବା ଅନ୍ୟ ପକ୍ଷରେ ଧାନ ଅଧା ପାଚିଲାଣି  କିନ୍ତୁ ନିଜର ଧାନ କ୍ଷେତ ଧାନ ଧୋଡ ହେଉନି । ଏହିପରି ଦୁଃଖରେ ବାଲିକୁଦା କୃଷି ବିଭାଗ ଅଧୀନରେ ଥିବା ମୁଳୁଗାଁ ପଞ୍ଚାୟତର ସିଙ୍ଗିରି ଗ୍ରାମର ଚାଷୀ ପ୍ରଭାକର ରାଉତ, ପ୍ରତାପ କୁମାର ରାଉତ, ସୁରେନ୍ଦ୍ର ରାଉତ , ଅନସୂୟା ରାଉତ ପ୍ରମୁଖ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାଲିକୁଦା କୃଷିବିଭାଗ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ