ଚିକିତ୍ସାଧିନ ଅବସ୍ଥାରେ ପାଚିକାଙ୍କ ମୃତ୍ୟୁ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାଙ୍ଗୋର ପଢ଼ିଆରିପଲ୍ଲୀ ହାଇସ୍କୁଲ ବାଙ୍ଗୋରରେ ଗତ ୭ତାରିଖରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିବେଳେ ପୋଡିଯାଇ ଗୁରୁତର ହୋଇଥିବା ପାଚିକାଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ପରଲୋକ ହୋଇଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଥିବା ବି.ପି ହାଇସ୍କୁଲ ବାଙ୍ଗେରରେ ବାଙ୍ଗୋର ଗ୍ରାମର ଲୀଳାବତୀ ପୃଷ୍ଟି ନାମକ ଜଣେ ମହିଳା ପାଚିକା ଭାବେ କାର୍ଯ୍ୟ କରନ୍ତି । ସେ ଗତ ୭ତାରିଖରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରୁଥିବା ସମୟରେ ଅସାବଧାନତା ବସତଃ ତାଙ୍କ ପିନ୍ଧା ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ । ମାତ୍ର ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ନଘଟିବାରୁ ତାଙ୍କୁ କଟକ ବଡ ଡାକ୍ତରଖନାକୁ ନିଆଯାଇ ଚିକିତ୍ସା କରାଯାଉଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।


