ସଢ଼ା ଅରବିନ୍ଦ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସଢ଼ା ଅରବିନ୍ଦ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚଲିଥିବା ଏହି କ୍ରୀଡାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ମିଟର, ୨୦୦ମିଟର ଓ ୪୦୦ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗଣିତ ଦୌଡ, ସଟଫୁଟ, ଡିସ୍‌କସ୍‌, ଫିକିଙ୍ଗ ଦ ବଲ, ଦଉଡିଡିଆଁ, ଅଖା ଦୌଡ, ସ୍ଲୋ ସାଇକଲ ରେସ, ପୁଚି, ଝୋଟି , ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଖେଳ ଶିକ୍ଷକ ପଦ୍ମନାଭ ସାମଲ, ଟିକିନା ସାମଲ କ୍ରୀଡା ପରିଚାଳନା କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ନାୟକଙ୍କ ସଭାପତିତ୍ୱରେ ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ ଉଦଯାପନି ଉତ୍ସବରେ ସରପଞ୍ଚ ଜୟନ୍ତୀ ସାମଲ, ଗଣନାଥ ସା, ସ୍କୁଲ ପରିଚାଳନା କମିଟି ସଭାପତି ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ହରିହର ପଣ୍ଡା, ନୟନବାଳା ନାୟକ, ଆରତୀ ବେହେରା, ସୁଶମା ମିଶ୍ର, ନିବେଦିତା ଚନ୍ଦ୍ରକଳା ଦେବୀ, ନୀଳାଦ୍ରୀ ରାଉତ, ଚୈତନ୍ୟ ଚରଣ ରଣା, ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ