ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଅଘଟଣ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ। ମାଛ ଧରୁଥିବା ବେଳେ ହଠାତ୍ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି। ତାଙ୍କର ପତ୍ତା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ନିଖୋଜ ଓ ଉଦ୍ଧାର ପାଇଥିବା ଲୋକେ ଚିତ୍ରକୋଣ୍ଡା ନିକଟସ୍ଥ ଡାଇକ୍-୩ ଗାଁର ବୋଲି ସୂଚନା ମିଳିଛି। ନିଖୋଜ ଙ୍କ ନା କୃପା ବେନିଆ ,ବୟସ ୩୫ ବୋଲି ଜଣା ପଡୁଛି|


