ଚିକିତ୍ସା ପରେ ଘରକୁ ଫେରିଲେ ବାବୁଲି ମହାରଣା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ଗତ ୧୩ତାରିଖ ରାତିରେ ଘରୁ ତିନିମୁହାଣିସ୍ଥିତ ରାମମନ୍ଦିରକୁ ବାଇକରେ ଆସୁଥିବା ବେଳେ ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଅନ୍ୟଏକ ବାଇକରେ ଆସିଥିବା ଦୁର୍ବୃତ୍ତ ଙ୍କ ଗୁଳିମାଡରେ ଗୁରୁତର ଆଘାତ ପ୍ରାପ୍ତବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ପ୍ରଥମେ ଜିଲ୍ଲା ମୁଖୟ ଚିକିତ୍ସାଳୟ ଏବଂ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଥିଲା । ପ୍ରାୟ ୮ଦିନ କଟକ ବଡ ଡାକ୍ତରଖାନାରେ ରହିବା ପରେ ରବିବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ବାବୁଲି ଘରକୁ ଫେରିଥିଲେ । ବାବୁଲିଙ୍କୁ ଚାନ୍ଦୋଳ ବଜାର ଠାରୁ ପାଛୋଟି ଆଣି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରାୟ ୨ଶହରୁ ଉଦ୍ଧ୍ୱର୍ ସମର୍ଥକ ଅଟୋରିକ୍ସା,କାର,ବାଇକ ପ୍ରଭୃତି ଦ୍ୱାରା ଆସି ଅପରାହ୍ନ ପ୍ରାୟ ୨ଟା ସମୟରେ ତିନିମୁହାଣିସ୍ଥିତ ରାମମନ୍ଦିରରେ ପହଁଚିଥିଲେ । ବାବୁଲି ଗାଡିରୁ ଓହ୍ଲାଇ ପ୍ରଭୃ ଶ୍ରୀରାମଙ୍କୁ ଦର୍ଶନ କରିବା ପରେ କିଛି ସମୟ ମନ୍ଦିର ଅଫିସରେ ବସିବା ପରେ ଗ୍ରାମକୁ ଫେରିଆସିଥିଲେ । ବାବୁଲିଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି । ତିନିମୁହାଣି ରାମ ମନ୍ଦିରରେ ବାବୁଲିଙ୍କୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ପରିଲିଖିତ ହୋଇଥିଲା । କେନ୍ଦ୍ରାପଡା ଏସଡିପିଓ ରାଜିବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ର ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତିଶୃଙ୍କଳା ରକ୍ଷା ନିମନ୍ତେ ନିୟୋଜିତ ହୋଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବାନାମ୍ବର ସାହୁ,କାର‌୍ୟ୍ୟକାରି ସଭାପତି ଗୋପିନାଥ ତ୍ରିପାଠୀ,ରାଜ୍ୟ ବଜରଙ୍ଗଦଳ ସୁରକ୍ଷା ପ୍ରମୁଖ ହିମାଂଶୁ ଭୂଷଣ ଦାସ,ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ସେନାପତି,ଧର୍ମରକ୍ଷାସେନା ରାଜ୍ୟ ପ୍ରମୁଖ ଉମେଶ ଦାସ,ଧର୍ମରକ୍ଷାସେନା ଜିଲ୍ଲା ପ୍ରମୁଖ ଶଶାଙ୍କ ଶେଖର ଜେନା,ସହ ପ୍ରମୁଖ ମାଧବ ପ୍ରଧାନ,ଜିଲ୍ଲା ବଣିକ ସଙ୍ଘ ସଭାପତି ଯୁଗଳ କିଶୋର ଦାସଙ୍କ ସମେତ ଶତାଧିକ ସମର୍ଥକ ଓ କର୍ମକର୍ତ୍ତାମାନେ ବାବୁଲିଙ୍କୁ ପାଛୋଟି ଆଣିଥିଲେ ଚାନ୍ଦୋଳ ବଜାର ଠାରୁ । ଏଠାରେ ସୂଚନା ଯୋଗ୍ୟ ଯେ ବାବୁଲି ଗୁଳିମାଡ ଘଟଣାର ୮ଦିନ ପରେବି ପୋଲିସ କୈାଣସି ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ