ଚେନାଇରୁ ନା ବାଳିକା ଉଦ୍ଧାର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ କୋଳିପଦୀ ଗ୍ରାମରୁ ନିଖୋଜ ଥିବା ନା ବାଳିକାକୁ ନନ୍ଦିପଦା ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଗତ ଜୁନ ମାସରେ କୋଳିପଦି ଗ୍ରାମର ଜଣେ ନାଁ ବାଳିକା ନିଖୋଜ ହୋଇଯାିଥିବା ନେଇ ନା ବାଳିକାର ବାପା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ନନ୍ଦିପଦା ପୁଲିସ କେନ୍ଦୁଝର ସାଇବର କ୍ରାଇମର କର୍ମଚାରୀ ଦେବବ୍ରତ ବେହେରାଙ୍କ ସହଯୋଗରେ ଟେଲିଫୋନ ଟ୍ରାକିଂ କରି ନା ବାଳିକାକୁ ଉଦ୍ଧାର କରିଛି । ନାଁ ବାଳିକା ଜଣକ ଚେନାଇର କୋରାଟୁରା ଥାନା ଅଞ୍ଚଳରେ କିଛି ମହିଳାଙ୍କ ଗହଣରେ ରହୁଥିବା ଜଣାପଡିବାପରେ ଏ.ଏସ.ଆଇ ରତ୍ନାକର ଦାସ, ହାବିଲଦାର ରୋଜାଲିନ ରାଉତ, କନେଷ୍ଟବଳ ଜୟକୃଷ୍ଣ ଦାସ ପ୍ରମୁଖ ଚେନାଇ ଯାଇ ନାଁ ବାଳିକାକୁ ଉଦ୍ଧାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ