ଛଟ୍ ପୂଜା ଚାଲିଥିବା ବେଳେ ଭୁଶଡ଼ି ପଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

ପାଟନା: ଛଟ୍ ପୂଜା ଚାଲିଥିବା ବେଳେ ବିହାରର ସମସ୍ତିପୁର ଠାରେ ଘଟିଯାଇଛି ଏକ ଅଘଟଣ । ଛଟ୍ ପୂଜା ଉଦ୍ଦେଶ୍ୟରେ ଏକ ନଦୀର ଘାଟରେ ନଦୀ ଜଳରେ ପ୍ରବେଶ କରି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥିବା ବେଳେ ଘାଟ କୂଳରେ ଥିବା ଏକ ମନ୍ଦିରର କାନ୍ଥ ମହିଳାମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ପୂଜା କରୁଥିବା ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ବହୁ ମହିଳା ଆହତ ହୋଇଥିଲେ । ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ବିହାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରୁ ଆହତ ମହିଳାମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲକୁ କଠାଇଥିଲେ । ଏହି ଦୁର୍ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ