ଛତିଶଗଡ ପେପର କାରଖାନାରୁ ଗ୍ୟାସ୍ ଲିକ୍‌ : ୭ ଜଣ ହସ୍ପିଟାଲରେ ଭର୍ତ୍ତି

ରାୟଗଡ : ଛତିଶଗଡର ରାୟଗଡରେ ଏକ ପେପର ମିଲ୍‌ରୁ ଗ୍ୟାସ୍‌ଲିକ୍‌ ଘଟିଛି । ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପେପର ମିଲ୍‌ର ଏକ ଟାଙ୍କି ସଫା କରୁଥିବା ବେଳେ ଏହି ଗ୍ୟାସ୍‌ ଲିକ୍‌ ହୋଇଥିବା ନେଇ ରାୟଗଡ ଏସ୍‌ପି ସୂଚନା ଦେଇଛନ୍ତି । ସକାଳୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଏକ ରାସାୟନିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କ ପ୍ରଶହାନି ଘଟିଥିବା ବେଳେ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ