ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ ୧୨ ଟି ଦେଶରେ ଫସି ରହିଥିବା ୧୪୮୦୦ ଭାରତୀୟଙ୍କୁ ୬୪ ଟି ବିମାନ ଯୋଗେ ଭାରତ ଫେରାଇ ଆଣିବ ଭାରତ ।


