ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ୨ବିଧାୟକ ବାଣ୍ଟିଲେ ପ୍ରମାଣପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ୟୁନିଅନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ(ୟୁଆରସେଟି) ପକ୍ଷରୁ ଆରମ୍ଭ ହୋଇଥିବା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ବିଧାୟକ ଯଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଓ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଯୋଗ ଦେଇ ତାଲିମାର୍ଥୀଙ୍କୁ ଉତ୍ସାହିତ କରିବା ସହ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଉଦ୍‌ଯାପନୀ ସଭାରେ ୟୁଆର୍‌ସେଟିର ନିର୍ଦ୍ଦେଶକ ଅଚୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରି ଏହି ତାଲିମ ଶିବିର ୧୦ଦିନ ଧରି ଚାଲୁ ରହିଥିଲା ଏବଂ ଏଥିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏବଂ ବେକାର ଯୁବକମାନଙ୍କ ସହ ମୋଟ ୩୫ ଜଣ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇ ଥିବାର ସୂଚନା ପ୍ରଦାନ କରିଥିଲେ । ବିଧାୟକ ଦ୍ୱାୟ ତାଲିମାର୍ଥୀଙ୍କୁ ପରାମର୍ଶ ଦେଇଥିଲେ ଯେ, ତାଲିମ ସରିଯାଇଛି ହେଲେ ନିଜ ନିଜ ଜୀବନ ଜୀବିକା ନିମନ୍ତେ ଏହି ପ୍ରଶିକ୍ଷଣର ଲାଭ ଉଠାଇ ନିଜେ ରୋଜଗାରକ୍ଷମ ହେବା ସହ ନିଜ ନିଜ ଅଞ୍ଚଳରେ ଏହି ଛତୁ ଚାଷ କରି ଆତ୍ମନିର୍ଭରଶୀଳ ନିଜେ ହୋଇ ଅନ୍ୟକୁ ମଧ୍ୟ ରୋଜଗାର ପନ୍ଥା ଦେବାପାଇଁ ସହାୟକ ହୁଅନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଲୋକ ପ୍ରତିନିଧିମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭାକାର୍ଯ୍ୟକ୍ରମ ଶେଷରେ ୟୁଆର୍‌ସେଟିର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ