ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ମନମୁଖି ଶାସନ ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସ୍ଥିତ କଣ୍ଟେଇକୋଳି ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ବିଭିନ୍ନ ଦୁର୍ନିତି ଓ ମନମୁଖୀ ଶାସନ ପ୍ରତିବାଦରେ ବହିଷ୍କୃତ ଶିକ୍ଷକ ଓ କର୍ମଚାରୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏମାନେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଦର୍ଶାଇଛନ୍ତି ଯେ, ଆମ୍ଭେ ଦୀର୍ଘ ବର୍ଷ ଧରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିଲୁ । ତେବେ କରୋନା ମହାମାରୀ ସମୟରେ ଆମ୍ଭେ ବିଦ୍ୟାଳୟରେ ଅନୁପସ୍ଥିତ ରହିବା କାରଣ ଦର୍ଶାଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସୀ ସାହୁ ଆମ୍ଭମାନଙ୍କୁ କମିଟର ବିନା ପରାମର୍ଶରେ ଅନ୍ୟାୟ ଭାବେ ଆମ୍ଭମାନଙ୍କ ବକେୟା ପ୍ରାପ୍ୟ ନ ଦେଇ ବିଦ୍ୟାଳୟରୁ ବହିଷ୍କୃତ କରିଥିଲେ । ଏ ନେଇ ପୂର୍ବରୁ ଜିଲ୍ଲାପ୍ରଶାସନର ଦ୍ୱାରସ୍ତ ହୋଇ ଅଭିଯୋଗ ଜଣାଇଥିଲୁ । ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦେବୀ ମିଳିତ ଭାବେ ଗତ ୨୯.୦୧.୨୦୨୧ତାରିଖରେ ଯୁଗ୍ମ ତଦନ୍ତ କରିଥିଲେ । ଯାହାର ରିପୋର୍ଟ ପ୍ରସ୍ତୁତ କରି ସେମାନେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରି ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଦାନ ବି କରିଥିଲେ । କିନ୍ତୁ ପରିତାପର ବିଷୟ ଏହା ମଧ୍ୟରେ ଏହି ଯୁଗ୍ମତଦନ୍ତ ସରି ୫ମାସ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଆମ୍ଭର ବକେୟା ପ୍ରାପ୍ୟ ପାଇପାରିଲୁ ନାହିଁ । ଯାହା ଫଳରେ ଆମ୍ଭେ ଘୋର ଆର୍ଥିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହେବା ସହିତ ପାରିବାରିକ ଅଶାନ୍ତିର ଶିକାର ହେଉଛି । ବିଦ୍ୟାଳୟର କେନ୍ଦ୍ରୀୟ ଅନୁଦାନ ୨୦୧୮-୧୯ରେ ପ୍ରାୟ ୩୮ ଲକ୍ଷ ୩୪ ହଜାର ୫୩ ଟଙ୍କା ଆସିଥିଲେ ସୁଦ୍ଧା ସମ୍ପାଦକ ଦଣ୍ଡାସୀ ସାହୁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ୨୦୧୭-୧୮ ଆର୍ଥିକ ବର୍ଷର ଏରିଅର୍ ଟଙ୍କା ଓ ଏହାସହିତ ପ୍ରାୟ ୨ବର୍ଷର ପାଉଣା ଆମ୍ଭଙ୍କୁ ନଦେଇ ସେହି ଟଙ୍କାକୁ ଆତ୍ମସାତ କରିଛନ୍ତି । ୨୦୧୭-୧୮ ଠାରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ବିଦୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥାନ ଖାତା, ଆକ୍ୟୁଟେନ୍ସ ଖାତା ଓ ବିଦ୍ୟାଳୟର କେନ୍ଦ୍ରୀୟ ଅନୁଦାନ ଆସୁଥିବା ବ୍ୟାଙ୍କ ଆକାଉଣ୍ଟ ଖାତା ଇତ୍ୟାଦିକୁ ଠିକ୍ ଭାବେ ଅନୁଧ୍ୟାନ କରି ଆମ୍ଭମାନଙ୍କ ବକେୟା ପାଉଣା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ତୁରନ୍ତ ପ୍ରଦାନ କରିବା ସହିତ ଦୀର୍ଘ ବର୍ଷ ଧରି ଅଳ୍ପ ପାଉଣାରେ କାର୍ଯ୍ୟ କରି ଆସୁଥିବା ଶିକ୍ଷକ କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି କରାଗଲେ ଆମ୍ଭେମାନେ ଉପକୃତ ହୋଇପାରିବୁ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ସୁଜିତ କୁମାର ସାହୁ, ପଞ୍ଚାନନ ଦାସ, ଭୀମ ମଲ୍ଲିକ, ସୁନୀଲ ନାୟକ, ସୁନୀଲ କୁମାର ସ୍ୱାଇଁ, ବାସୁ ଗୌଡ, ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ, କନକ ନାୟକ ଓ ସରଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ