ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭଣ୍ଡାରୀପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥାଇଳା ବିଦ୍ୟାଳୟ ଠାରେ ୨୦୧୨-୧୩ ମସିହା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଉଦୟନାଥ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବଂଧୁମିଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ପଦ୍ମଲୋଚନ ମାଝୀ, ସନ୍ତୋଷ କୁମାର ସାମଲ, ଜାନକୀ ସାହୁ, ସୁମିତ୍ରା ସେନାପତି, ନିରୂପମା ମାଢେଇ ପ୍ରମୁଖ ଯୋଗଦେଇଥିଲେ। ଛାତ୍ର ଛାତ୍ରୀଙ୍କ ବଂଧୁ ମିଳନ ଵିଦ୍ୟାର୍ଥୀ ଜୀବନର ସ୍ମୃତିକୁ ଉଜ୍ଜୀବିତ ରଖିବାରେ ସହାୟକ ହୋଇଥାଏ ବୋଲି ଅତିଥି ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ। ପ୍ରାକ୍ତନ ଛାତ୍ର ଛାତ୍ରୀ ରବିନ୍ଦ୍ର ଆରଣ, ଦୀପକ ପରିଡା, ସପନ କୁମାର ମାଝୀ, ସୌମ୍ୟରଂଜନ ମଲ୍ଲିକ, ସୁମିତ୍ରା ପତି, ବର୍ଷାରାଣୀ ବାରିକ ପ୍ରମୁଖ ଯୋଗଦେଇ ଅତୀତ ବିଦ୍ୟାର୍ଥୀ ଜୀବନର ଘଟଣାକୁ ନେଇ ଭାବ ବିନିମୟ କରିଥିଲେ। ଏଥିରେ ୨୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ