ଜଗତସିଂହପୁର ଭେଟେରିନାରୀ ସେବା ସଂଘର ସାଧାରଣ ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବଜାରସ୍ଥିତ କାଦମ୍ବିନୀ ମଣ୍ଡପ ପରିସରରେ ଜଗତସିଂହପୁର ଭେଟେରିନାରୀ ସେବା ସଂଘର ୧୧ତମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀର କିଶୋର ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ଥିଲେ । ବିଗତ ଦିନରେ ଜିଲ୍ଲାରେ ଆସିଥିବା ବନ୍ୟା ସମୟରେ ସମସ୍ତ ପ୍ରାଣୀ ଚିକିତ୍ସାଧିକାରୀମାନଙ୍କ କାର୍ଯ୍ୟକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପରିଡା ଭୂୟସୀ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଜଗତସିଂହପୁର ଜିଲ୍ଲାରେ ଆଉ ଅଧିକ ଭଲ କାମ କରିବା ପାଇଁ ସମସ୍ତକୁ ଡା. ବିଭୁରଂଜନ ଦାଶ ପ୍ରୋତ୍ସାହିତ କରିଥିଲେ । ଜିଲ୍ଲାର କିଛି ପ୍ରାଣୀ ଚିକିତ୍ସକ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିବା ଅବସରରେ ସଂଘର ସଭାପତି ଡା. ଯଦୁନାଥ ପରିଡା ସେମାନଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଦେଇଥିଲେ । ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଜା ଉଦୟଭାନୁ ରାଉତ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା.ଶୁଭେନ୍ଦୁ ରଂଜନ ସେଠୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡା. ବିଶ୍ୱଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ