ଜଙ୍ଗଲ ନିଆଁକୁ ଆୟତ୍ତ କଲେ ବନବିଭାଗ ଓ ଯୁବଗୋଷ୍ଠୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ପଙ୍କଳବାଡି ଗ୍ରାମ ନିକଟ ପଙ୍କଜ ପଲ୍ଲୀ ସ୍ଥିତ ଚାନ୍ଦୀନୀ ପାହାଡ ଜଙ୍ଗଲରେ ଏପ୍ରିଲ ୨୫ ତାରିଖ ଦିନ ନିଆଁ ଲାଗିଯାଇଥିଲା । ବାଲିପଦର ବିଟ ବନରକ୍ଷୀ ଅସ୍ମତ ବିବି ହାତୀପଲ ଘଉଡ଼ାଇବା ପାଇଁ ଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିଥିବା ତାଙ୍କ ନଜରକୁ ଆସିଥିଲା। ସେ ଓ ତାଙ୍କ ସହଯୋଗୀମାନେ ଜଙ୍ଗଲରେ ନିଆଁ ଲିଭାଇବାରେ ଲାଗିଥିବା ସମୟରେ ସେହି ରାସ୍ତା ଦେଇ ପାଙ୍ଗିଡ଼ି ସରପଞ୍ଚ ଭାଗ୍ୟଲତା ବିଷୋୟୀ ଓ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ବାଇକ ଯୋଗେ ଯାଉଥିଲେ । ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ବନବିଭାଗ କର୍ମଚାରୀମାନେ ଚେଷ୍ଟା କରୁଥିବା ସରପଞ୍ଚଙ୍କ ନଜରକୁ ଆସିଥିଲା । ସରପଞ୍ଚଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ମୋବାଇଲ ଯୋଗେ ଗ୍ରାମର କିଛି ଯୁବକଙ୍କ ସହଯୋଗ ଲୋଡିଥିଲେ। ଫୋନ କଲ ପାଇ ଗ୍ରାମର ଯୁବ ଗୋଷ୍ଠୀ ଜଙ୍ଗଲ ନିଆଁ ଲିଭାଇବାରେ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ଅକ୍ଳାନ୍ତ ପରିଶ୍ରମ ପରେ ଏପ୍ରିଲ ୨୬ ତାରିଖ ଦିବା ୧୧:୩୦ ମିନିଟ ସମୟରେ ଜଙ୍ଗଲ ନିଆଁ ଆୟତ ହୋଇଥିଲା। ଏହି ମହତ କାର୍ଯ୍ୟରେ ରଙ୍କ ଭୂୟାଁ, ଗୁରୁମୂର୍ତ୍ତି ବିଷୋୟୀ, ବିପ୍ର ବିଷୋୟୀ, ପାଣୁ ବିଷୋୟୀ, ପରବାସୀ ବିଷୋୟୀ, ନନ୍ଦନ ସ୍ୱାଇଁ, ରାଜା ସ୍ୱାଇଁ, ସୂର୍ଯ୍ୟକାନ୍ତ ବିଷୋୟୀ, ଗୁରୁ ରଣା, ସୁଦୀପ୍ତ ନାୟକ, ସୀମାଞ୍ଚଳ ସ୍ୱାଇଁ ପ୍ରମୁଖ ଗ୍ରାମର ଯୁବକଙ୍କ ସହଯୋଗ ପାଇଁ ସରପଞ୍ଚ ଶ୍ରୀମତୀ ବିଷୋୟୀ ଓ ବନ ବିଭାଗ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ