ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଗଞେଇ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରି ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫିରିଙ୍ଗିଆ ବ୍ଲକର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥିବା ସୁମେରବନ୍ଧ ପଂଚାୟତ ରିବିଲଦା ଗ୍ରାମ ପାଖ ଜଙ୍ଗଲରେ ଗଞେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୁତ୍ରରୁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ। ଏହି ମାମଲାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ