ଜଳସେଚନ ବିଭାଗର ଏସଡିଓ,କ୍ୟାସିଅର ଓ ପିଅନ ୪ମାସରୁ ଉର୍ଦ୍ଧ୍ୱ ଅନୁପସ୍ଥିତ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅନ୍ତର୍ଗତ ଉପଖଣ୍ଡ କାର୍ଯ୍ୟାଳୟର ଏସ.ଡି.ଓ.,କ୍ୟାସିଅର ଓ ପିଅନ ୩ଜଣ ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ହେବ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି । ସରକାରଙ୍କ ନୀୟମ ଅନୁଯାଇ ପ୍ରତି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରତିମାସର ଦରମା ଯିବା ପାଇଁ ବ୍ୟବସ୍ଥା ହୋଇଥିବାରୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କରୋନା ମହାମାରୀ ସମୟରେ ଅଫିସ ନଆସି ଘରେ ରହି ଦରମା ନେବାକୁ ପଛାଉନଥିବାର ଏଭଳି ନଜର ଦେଖିବାକୁ ମିଳିଛି । ଏଭଳି ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ଆହୁରି ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି କୁହାଯାଉଛି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।


