ଜିଲ୍ଲାପାଳଙ୍କ ବିଭିନ୍ନ ପଞ୍ଚାୟତ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବନ୍ଦାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ବିଷ୍ଣୁପୁର ପଞ୍ଚାୟତ ଠାରେ ପହଞ୍ଚି ସେଠାରେ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିବା ବେଳେ ପରେ ପରେ ରାମଚନ୍ଦ୍ରପୁର ଓ ପାଟୁଳି ପଞ୍ଚାୟତ ଗସ୍ତ କରିଥିଲେ। ବିଶେଷ କରି ୫ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରିକରଣ କାମକୁ ବୁଲି ଦେଖିଥିବା ବେଳେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ। ସେହିଭଳି କାର୍ଯ୍ୟକାରୀ ହେଉଥିବା ପଞ୍ଚାୟତ କଲ୍ୟାଣ ମଣ୍ଡପ, ଖେଳ ପଡିଆ, ମାର୍କେଟ କମ୍ପ୍ଲେକ୍ସ କାମକୁ ମଧ୍ୟ ଜିଲ୍ଲାପାଳ ତଦାରଖ କରିଥିଲେ। ଏହାଛଡା ଏନଆରଇଜିଏସ, ଗ୍ରାମାଞ୍ଚଳ ପାର୍କ, ଏସଏଚଜି ଗ୍ରୁପ ଓ ଅଙ୍ଗନବାଡି ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ। ଏଥିରେ ବିଡ଼ିଓ ଦେବଦତ୍ତ ଦାସ, ଜିପିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବାରିକ, ସ୍ବର୍ଣ୍ଣମୟୀ ପଣ୍ଡା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ବେହେରା, ପ୍ରକାଶ ନାୟକ, ବୈଦେହୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


