ଜାତିର ପରିଚୟ ହେଉଛି ତାର ଭାଷା ଓ ସାହିତ୍ୟ ଚଲାପଥ ସାହିତ୍ୟ ଆସରରେ ମତପ୍ରକାଶ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଗୋଟିଏ ଜାତିର ପରିଚୟ ହେଉଛି ତାର ଭାଷା ଓ ସାହିତ୍ୟ ବୋଲି “ଚଲାପଥ“ ପକ୍ଷରୁ ଆୟୋଜିତ ସାହିତ୍ୟ ସଭାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଗିରୀଶ ଚନ୍ଦ୍ର ଦାସ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ “ଚଲାପଥ“ ସଂପାଦକ ହଳଧର ଧୀର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଜିତେନ୍ଦ୍ର କୁମାର ବାରିକ, ମୃତ୍ୟୁଞ୍ଜୟ ସିଂହ, ପ୍ରସନ କୁମାର ଧୀର, ସୁବ୍ରତ କୁମାର ବଳ, ବିଶ୍ୱଜିତ୍ ଦାସ ସାମନ୍ତ, କିରଣବାଳା ଦାସ ସାମନ୍ତ, ରତିକାନ୍ତ ମଙ୍ଗରାଜ, ଲିପସା ଧୀର ସାମନ୍ତ (ମଙ୍ଗରାଜ), ସସ୍ମିତା ଜେନା, ବିଶ୍ୱଜିତ ମାଝୀ, ଜଗନ୍ନାଥ ଧୀର । ସାମନ୍ତ ସନ୍ଦୀପ କୁମାର ଧୀର, ଦେବହୁତୀ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ ଏକ ମନୋଜ୍ଞ କବିତା ପାଠୋତ୍ସବରେ ଉପସ୍ଥିତ କବିମାନେ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ ।


