ଜିଲା ସଭାପତିଙ୍କୁ ବନ୍ତ ବ୍ଲକ କଂଗ୍ରେସ ତରଫରୁ ସ୍ୱାଗତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା କଂଗ୍ରେସର ନୂତନ ସଭାପତି ଭାବରେ ଜିଲାର ଜଣେ ଟାଣୁଆ ସଂଗଠକ ତଥା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଶୋକ ଦାସଙ୍କୁ ନିଯୁକ୍ତି କରାଯାଇଥିବାରୁ ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ତଥା ସେଣ୍ଢତୀରା ସମିତି ସଭ୍ୟ ପ୍ରେମାନନ୍ଦ ନାୟକ, ବ୍ଲକର ସାଂଗଠନିକ ନେତା ଇଂ.ସୁଧାଂଶୁ ଶେଖର ନାୟକ, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ ସ୍ୱାଗତ ଜଣାଇଛନ୍ତି । ଆଗାମୀ ଦିନରେ ଶ୍ରୀ ଦାସଙ୍କ ନେତୃତ୍ୱରେ ଜିଲା କଂଗ୍ରେସ ସଙ୍ଗଠନ ଆହୁରି ସୁଦୃଢ ହେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।


