ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ଏକ କାର୍ଯ୍ୟକାରିଣୀ ବୈଠକ ତିନିମୁହାଣି ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଯୁବ ଯାଦବ ସଭାପତି ପ୍ରଦୀପ୍ତ କୁମାର ବେହେରା, ଜିଲ୍ଲା ପର୍ଯ୍ୟବେକ୍ଷକ ସମରଜିତ ବେହେରା, ସର୍ବ ଭାରତୀୟ ସଦସ୍ୟ ପ୍ରଫୁଲ୍ଲ ଦାସ, ନନ୍ଦଲାଲ ସିଂ ଯାଦବ, ପ୍ରୀତିରଞ୍ଜନ କାଠୁଆ, ଉପଦେଷ୍ଟା ଡଃ. ଚୈାଧୁରୀ ରମାକାନ୍ତ ଦାସ, ଅଧ୍ୟାପକ ରଞ୍ଜିତ ଦାସ, ଗୋଲେଖ ମହାଭୋଇ ପ୍ରମୁଖ ଯୋଗଦେଇ ଆସନ୍ତା ମାର୍ଚ୍ଚମାସ ୨୬ତାରିଖରେ ଇଛାପୁର ରଥଦାଣ୍ଡରେ ହେବାକୁ ଥିବା ଯାଦବ ସମାବେଶ କିଭଳି ସଫଳତାର ସହ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷତଃ ଯୁବକମାନେ ସଂଗଠିତ ହୋଇ ଆଗାମୀ ଦିନରେ ଯାଦବ ସଂପ୍ରଦାୟର ସଂଗଠନକୁ ମଜଭୁତ କରିବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶେଖର ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଭାପତି ଧିରେନ୍ଦ୍ର ପ୍ରସାଦ ପୃଷ୍ଟି, ବିଜୟ କୁମାର ପରିଡା, ମନୋଜ କୁମାର ପରିଡା, ସାଧାରଣ ସମ୍ପାଦକ ଚିନ୍ମୟ ଦାସ, ଉପସଭାପତି ଶ୍ରୀନିବାସ ପ୍ରଧାନ, ଯୁବ ଯାଦବ ସଭାପତି ଚିତ୍ତରଞ୍ଜନ ଦାସ, ମହିଳା ନେତ୍ରୀ ସୁଜାତା ବାରିକ, ବ୍ଲକ ମହିଳା ସଭାପତି ମିନତୀ ଦାସ, ସମ୍ପାଦିକା ରୀନାରାଣୀ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଞ୍ଚଳର ସମସ୍ତ ସଭାପତି, ସମ୍ପାଦକ ଓ ଜିଲ୍ଲା କାର୍ଯ୍ୟକାରୀ ସମିତିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥରଲେ । ଶେଷରେ ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।


