କଅଁଳେଇବାଲିପାଳ ଗ୍ରାମରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଅଁଳେଇ ବାଲିପାଳ ଗ୍ରାମରେ ଟାଟା ଆସପେୟାର ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଟା ଆସପେୟାରର ସ୍ୱେଚ୍ଛାସେବୀ ଯୁବରାଜ ଖଜୁରିଆ, ଶିବ ହେମ୍ରମ, ସୁଶାନ୍ତ, ଜଗନ୍ନାଥ ପ୍ରମୁଖ ଯୋଗଦେଇ ଶିଶୁଙ୍କ ସୁରକ୍ଷା, ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ, ୬ରୁ ୧୪ବର୍ଷ ବୟସର ଶିଶୁ ମାନଙ୍କୁ ଶିକ୍ଷିତ କରିବା ସହିତ ଶିଶୁ ଶ୍ରମିକ ଉଚ୍ଛେଦ ଭଳି କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ । ଏଥିରେ ବୁଦ୍ଧିରାମ ପୁର୍ତ୍ତୀ, ବାର୍ସା ପୁର୍ତ୍ତୀ, ଇନ୍ଦ୍ରମଣି ହା, ରାଉତ ହୋ, ତୁରାମ ହେମ୍ରମ, ପାର୍ଗାଣା ପୁର୍ତ୍ତୀ, ସାଗର ମହାକୁଡ, ଶ୍ରୀରାମ ପୁର୍ତ୍ତୀଙ୍କ ସମେତ ଅନେକ ଗ୍ରାମବାସୀ ଯୋଗଦେଇଥିଲେ ।


