ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଛତ୍ରପୁର ର ଆରିୟାନ

ଛତ୍ରପୁର, (ଦେବଦତ୍ତ ମହାରଣା) :ବ୍ରହ୍ମପୁର ବିଜୁ ପଟ୍ଟନାୟକ ସସ୍କୃତି ଭବନ ଠାରେ ଫ୍ୟୁଜନ ଡ୍ୟାନ୍ସ ଏକାଡେମୀ ତରଫରୁ ଗତ ୨୬ ଓ ୨୭ ତାରିଖରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛତ୍ରପୁର ଡିଏସଆର ଡ୍ୟାନ୍ସ ଏକାଡେମୀ ର ନୃତ୍ୟଶିଳ୍ପୀ କେ. ଆରିୟାନ ପାତ୍ର । ଡିଏସଆର ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶକ ଏମ୍‌. ରବୀନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶନାରେ ଏକ ଆଧୁନିକ ନୃତ୍ୟ ପ୍ରଦର୍ଶନ କରି ଓଲିଓଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ନୃତ୍ୟଶିଳ୍ପୀ ଆରିୟାନଙ୍କୁ ଛତ୍ରପୁର ସ୍ଥିତ ଡିଏସଆର ଡ୍ୟାନ୍ସ ଏକାଡେମୀ ପରିସରରେ ତାଙ୍କୁ ଏକାଡେମୀର ନିର୍ଦ୍ଦେଶକ ଏମ. ରବୀନ୍ଦ୍ର ରେଡ୍ଡିଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମାନେ ସମ୍ବର୍ଦ୍ଦନା ପ୍ରଦାନ କରିଛନ୍ତି । ଏହା ସହ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ମଧ୍ୟ ତାଙ୍କୁ ସମ୍ବର୍ଦ୍ଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ